ଫଳ ନବାହାରୁଣୁ ନେତାଙ୍କ ମନ୍ତ୍ରୀ ପଦ ପାଇଁ ଲବି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 17, 2019

ଫଳ ନବାହାରୁଣୁ ନେତାଙ୍କ ମନ୍ତ୍ରୀ ପଦ ପାଇଁ ଲବି !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ନିର୍ବାଚନ ଫଳାଫଳ ନଆସୁଣୁ କିଛି ବିଜେଡି ନେତାଙ୍କ ଘରେ କୁଆଡ଼େ ମନ୍ତ୍ରୀ ପଦ ଆଶାୟୀଙ୍କ ଆସର ବସୁଛି ବୋଲି ଚର୍ଚ୍ଚା। ଶୁଣିବାକୁ ମିଳୁଛି, ବିଜେଡିର ୩-୪ଜଣ ନେତାଙ୍କ ଘରେ କୁଆଡ଼େ ଏବେ ବିଧାୟକ ପ୍ରାର୍ଥୀ ହୋଇଥିବା ଅନେକ ନେତାଙ୍କ ଭିଡ଼ ଜମୁଛି। ଏଥିରୁ ଅଧିକାଂଶ କୁଆଡ଼େ ମନ୍ତ୍ରୀ ଆଶାରେ ଦୌଡ଼ୁଛନ୍ତି। କିଛି ନେତା ଏବେ ରିଲାକ୍ସ ହେବା ପାଇଁ ରାଜ୍ୟ ବାହାରେ ଥିବାବେଳେ ଆଉ କିଛି ନେତା କୁଆଡ଼େ ନିୟମିତ ଭାବେ ଏହି ଆତ୍ମଘୋଷିତ ପାୱାର ସେଣ୍ଟର ପାଲଟିଥିବା ୩-୪ଜଣ ନେତାଙ୍କ ଘରେ ଭିଡ଼ ଜମାଉଛନ୍ତି।

ଅବଶ୍ୟ ପରିବର୍ତ୍ତିତ ପରିସ୍ଥିତିରେ ଦଳର ପୁରୁଖା ନେତାମାନଙ୍କୁ ପଛରେ ପକାଇ ଏହି ୩-୪ଜଣ ନେତା ଏବେ କୁଆଡ଼େ ବିଜେଡି ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ନିକଟତର ହୋଇପାରିଛନ୍ତି। ଯେଉଁଥିପାଇଁ ସେମାନଙ୍କ ଘରକୁ ଏବେ ଦଳୀୟ ନେତାଙ୍କ ଲମ୍ବା ଧାଡ଼ି ଲାଗିଛି। ଏପରିକି ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ କିଏ ମନ୍ତ୍ରୀ ହେବ ଓ କାହା ପାଖରେ କେଉଁ ବିଭାଗ ରହିବ ତା’ର କୁଆଡ଼େ ଏକ ସମ୍ଭାବ୍ୟ ତାଲିକା ଏହି ନେତାମାନେ ପ୍ରସ୍ତୁତ କରୁଛନ୍ତି। ସେମାନଙ୍କୁ ଏହି ସମ୍ଭାବ୍ୟ ତାଲିକା ପ୍ରସ୍ତୁତ ନିମନ୍ତେ କୁଆଡ଼େ ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର କହିଥିବା ସେମାନେ କହି ବୁଲୁଛନ୍ତି। ଦଳୀୟ ଟିକେଟ୍ ବଣ୍ଟନ କ୍ଷେତ୍ରରେ ଏହି ୩-୪ଜଣ ନେତା କୁଆଡ଼େ ନିଜର କିଛି ସମର୍ଥକଙ୍କ ପାଇଁ ଦଳୀୟ ଟିକେଟ୍ ପକ୍କା କରାଇଥିବାରୁ ସେମାନେ ପ୍ରସ୍ତୁତ କରୁଥିବା ସମ୍ଭାବ୍ୟ ମନ୍ତ୍ରୀ ତାଲିକାକୁ ନେଇ ବିଜେଡି ନେତାମାନଙ୍କ ମନରେ ଉତ୍କଣ୍ଠା ବଢ଼ିଛି।

ଏହି ୪ଜଣ ନେତାଙ୍କ ମଧ୍ୟରେ ୨ଜଣ ବିଜେଡିର ସାଂସଦ ହୋଇଥିବାବେଳେ ଆଉ ଦୁଇଜଣ ପ୍ରଶାସନିକ ଅଫିସରରୁ ରାଜନେତା ପାଲଟିଛନ୍ତି। ଏମାନଙ୍କ ବ୍ୟତୀତ ବିଜେଡିର ଆଉ ଜଣେ ନୂଆ ‘କ୍ଷମତାକେନ୍ଦ୍ର’ କୁଆଡ଼େ ନିଜର କିଛି ଖାସ୍ ସମର୍ଥକଙ୍କୁ ମନ୍ତ୍ରୀ ପଦରେ ଆସୀନ କରାଇବାକୁ ଏବେଠୁ ଲାଗି ପଡ଼ିଛନ୍ତି। ଅବଶ୍ୟ ଏହି ‘କ୍ଷମତାକେନ୍ଦ୍ର’ଙ୍କ ପ୍ରଭାବ ଯାହା, ସେ ଯାହାକୁ ଚାହିଁବେ ତାଙ୍କୁ ମନ୍ତ୍ରୀ ପଦରେ ଆସୀନ କରାଇବାରେ ତାଙ୍କ ପକ୍ଷରେ ବିଶେଷ ସମସ୍ୟା ହେବନି। ଏସବୁ ଭିତରେ କିନ୍ତୁ ବିଜେଡି ଦ୍ୱିତୀୟ କ୍ଷମତାକେନ୍ଦ୍ର ଦଳର ପ୍ରଦର୍ଶନକୁ ନେଇ ଅଙ୍କ କଷିବାରେ ଲାଗିଥିବାବେଳେ କିଛି ଦଳୀୟ ନେତାଙ୍କ ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ କୁଆଡ଼େ ଗୁଇନ୍ଦା କଳକୁ ଲଗାଇଥିବା ଚର୍ଚ୍ଚା ହେଉଛି। ନିର୍ବାଚନ ଫଳ ନବାହାରୁଣୁ ବିଜେଡି ନେତାମାନଙ୍କର ଏହି ‘ବିଲୁଆ ବିଚାର’ ଆଗକୁ କେତେ ସଫଳ ହେଉଛି ଓ ତଥାକଥିତ ପାୱାରସେଣ୍ଟରମାନଙ୍କର କେତେ ଅନୁଗତଙ୍କୁ ‘ମନ୍ତ୍ରୀ ପଦ’ ମିଳୁଛି ତାହା ଉପରେ ସମସ୍ତଙ୍କ ନଜର।



from Odisha Reporter http://bit.ly/2W7v6Lm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages