ସୁନ୍ଦର ଓ ଘନ ଆଇବ୍ରୋ ଚାହୁଁଛନ୍ତି, ଫଲୋ କରନ୍ତୁ ୫ ଟିପ୍ସ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

ସୁନ୍ଦର ଓ ଘନ ଆଇବ୍ରୋ ଚାହୁଁଛନ୍ତି, ଫଲୋ କରନ୍ତୁ ୫ ଟିପ୍ସ…

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) :  ସୁନ୍ଦର ଦେଖାଯିବା ଲାଗି ମହିଳା ଓ ଯୁବତୀ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି। କିନ୍ତୁ ପୁରୁଖା ଲୋକଙ୍କ କହିବା ମୁତାବକ, ଝିଅଟି ଲମ୍ୱା ଥିବା ସହ ନାକ  ସିଧା ହୋଇଥିଲେ କେହି ବାରି ପାରିବେନି। କିନ୍ତୁ କଥା ଯେତେବେଳେ ମୁହଁର ସୁନ୍ଦରତା ଉପରେ ଆସେ, ସେତେବେଳେ ନାକ, ଆଖି, ସୁନ୍ଦର ଓଠ ସହ ସୁନ୍ଦର ଆଇବ୍ରୋ ମଧ୍ୟ ଖୁବ୍‌ ଗୁରୁତ୍ୱ ରଖିଥାଏ।

ଆଜିକାଲି ମୋଟା ଆଇବ୍ରୋ ଟ୍ରେଣ୍ଡ ଅଛି। ତେଣୁ ପତଳା ଆଇବ୍ରୋ ଥିବା ମହିଳା ଯେତେ ମେକଅପ୍‌ ନେଲେ ମଧ୍ୟ ଆଟ୍ରାକ୍ଟିଭ ଲାଗିନଥାନ୍ତି। ଏଥିଲାଗି ମହିଳାମାନେ ଆର୍ଟିଫିସିଆଲ ରୂପରେ ଏହାକୁ ମୋଟା କରିବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ ଆପଣ ଘରୋଇ ଉପାୟରେ ବହୁ କମ୍‌ ଖର୍ଚ୍ଚରେ  ମଧ୍ୟ ପାଇପାରିବେ ସୁନ୍ଦର ମୋଟା ଆଇବ୍ରୋ।  ଆସନ୍ତୁ ଜାଣିବା ଏହି ବିଷୟରେ

ଲେମ୍ବୁ ଓ ନଡ଼ିଆ

ଆପଣ ଲେମ୍ବୁ ଓ ନଡ଼ିଆ ତେଲର ସହାୟତରେ ଘନ ଓ ଆକର୍ଷଣୀୟ ଆଇବ୍ରୋ ପାଇପାରିବେ। ଏଥିଲାଗି ଆପଣ ଏକ ଚାମଚ ନଡ଼ିଆ ତେଲରେ ୨ ଚାମଚ ଲେମ୍ବୁ ଚୋପାର ପାଉଡ଼ର ପକାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ସବୁଦିନ ଶୋଇବା ପୂର୍ବରୁ ଆଇବ୍ରୋରେ ଲଗାଇ ଦିଅନ୍ତୁ। ସକାଳେ ଉଠିବା ପରେ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କ ଆଇବ୍ରୋ ବେଶ ଘନ ଓ ମୋଟା ହେବ।

ଅଲିଭ ଅଏଲ ଓ ଜୈତୁନ ତେଲ

ଆପଣ ମୋଟା, ଗହଳ ଆଇବ୍ରୋ ଚାହୁଁଥିଲେ ଏପରି ଶସ୍ତା ଓ ସହଜ ପ୍ରଣାଳୀ ଆପଣାନ୍ତୁ। ଘରେ ଥିବା ଜୈତୁନ ତେଲକୁ ରାତିରେ ଲଗାଇ ହାଲକା ଭାବେ  କିଛି ସମୟ  ଆଇବ୍ରୋକୁ ମସାଜ କରନ୍ତୁ।  ସକାଳେ ଉଠିବା ପରେ ଉଷୁମ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଏହାକୁ ନିୟମିତ ଭାବେ  କଲେ ଆପଣ ଫାଇଦା ଅନୁଭବ କରି ପାରିବେ।

ଅଣ୍ଡା କେଶର

ଅଣ୍ଡା କେଶରରେ ସିଲେନିୟମ ଭରପୁର ମାତ୍ରାରେ ମହଜୁଦ ଥାଏ। ଏହାକୁ ନିୟମିତ ଲଗାଇଲେ ଆପଣଙ୍କ ଆଇବ୍ରୋ ଘନ ହୋଇଥାଏ। ଏହାକୁ ସପ୍ତାହରେ ୨ ଥର ବା ୩ ଥର ଆପଣଙ୍କ ଆଇବ୍ରୋରେ ଲଗାନ୍ତୁ। ଏବଂ ଫରକ ଅନୁଭବ କରନ୍ତୁ।

କଞ୍ଚା କ୍ଷୀର

କ୍ଷୀରରେ ପ୍ରୋଟିନର ବହୁତ ଭଲ ସ୍ରୋତ ଥାଏ। ଏହା ଅଇବ୍ରୋକୁ ମଧ୍ୟ ପୋଷଣ ଦେଇଥାଏ। ଏଥିଲାଗି ସବୁଦିନ ରାତିରେ ଶୋଇବା ପୂର୍ବରୁ ଆପଣ କଞ୍ଚା କ୍ଷୀରରେ କଟନ ବୁଡ଼ାଇ ଆଇବ୍ରୋ ଆଖପାଖରେ ଲଗାନ୍ତୁ।

ଏଲୋଭେରା

ଘନ ଆଇବ୍ରୋ ଲାଗି ଆପଣ ଏଲୋବେରା ଜେଲ ଘରେ ପ୍ରସ୍ତୁତ କରି ଲଗାଇ ପାରିବେ। ଏଲୋବେରା ଆଇବ୍ରୋର କେଶକୁ ନ୍ୟୁଟ୍ରିସନ ଦେବା ସହ ଏହାକୁ ବଢାଇଥାଏ।  ଆପଣ ଏଲୋବେରା ଜେଲ୍‌ରେ ପ୍ରତିଦିନ ଆଇବ୍ରୋ ମସାଜ କରନ୍ତୁ ଆଉ ଫଳ ପାଆନ୍ତୁ।

 



from Odisha Reporter http://bit.ly/2E9FSWW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages