
ଭବାନୀପାଟଣା (ରାଜ କୁମାର ସିଂହଦେଓ): କଳାହାଣ୍ଡିରେ ନକ୍ସଲଙ୍କ ଲଙ୍କାକାଣ୍ଡ। ରାସ୍ତାକାମକୁ ବିରୋଧ କରି ନକ୍ସଲମାନେ କଳାହାଣ୍ଡି-କନ୍ଧମାଳ ଜିଲ୍ଲା ସୀମାବର୍ତ୍ତୀ ମଦନପୁର ରାମପୁର ଥାନା ଅନ୍ତର୍ଗତ ନୂଆମୁଣ୍ଡାରେ ୫ଟି ଟ୍ରାକ୍ଟର, ୨ଟି ଜେସିବି ଓ ମିକ୍ସର ମେସିନ୍ ପୋଡ଼ି ଦେଇଛନ୍ତି।
ନକ୍ସଲମାନେ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଭିଆଇଛନ୍ତି। ଉର୍ଲାଦାନୀରୁ ଲହାଡ଼ିକୁ ହେଉଥିବା ରାସ୍ତାକୁ ବିରୋଧ କରି ୧୦ରୁ ୧୫ ଜଣ ନକ୍ସଲ ଏହି କାମ ନେଇଥିବା ଠିକାଦାରଙ୍କ କ୍ୟାମ୍ପରେ ପୋଡ଼ାଜଳା କରିଛନ୍ତି। ସେଠାରେ ସେମାନେ ଏକ ପୋଷ୍ଟର ଛାଡ଼ି ଯାଇଛନ୍ତି। ରାସ୍ତା ନିର୍ମାଣକୁ ବିରୋଧ କରି ସେମାନେ ଏଭଳି କାଣ୍ଡ ଭିଆଇଥିବା ସେଥିରେ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଉର୍ଲାଦାନୀରୁ ଲହାଡ଼ିକୁ ରାସ୍ତା ନିର୍ମାଣ କରାଯାଉଛି।
from Odisha Reporter http://bit.ly/2JGH5bS
No comments:
Post a Comment