ଭୋଟିଂ ବେଳେ ଭୋଟରଙ୍କୁ ଝାଲ ମୁଢ଼ି ପରେ ମୃଦୁ ପାନୀୟ ବାଣ୍ଟିଲା ଟିଏମସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 6, 2019

ଭୋଟିଂ ବେଳେ ଭୋଟରଙ୍କୁ ଝାଲ ମୁଢ଼ି ପରେ ମୃଦୁ ପାନୀୟ ବାଣ୍ଟିଲା ଟିଏମସି

କୋଲକାତା: ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ ବେଳେ ଭୋଟରଙ୍କୁ ମୃଦୁ ପାନୀୟ ଦେଇ ଟିଏମସି କର୍ମୀ ଭୋଟ ଦେବାକୁ ପରୋକ୍ଷରେ ଆହ୍ୱାନ କରିଥିବା ଦେଖିବାକୁ ମିଳିଛି। ଶ୍ରୀରାମପୁର ନିର୍ବାଚନ ମଣ୍ଡଳୀରେ ଟିଏମସି କର୍ମୀ ଏପରି କରିଥିବା ଜାତୀୟ ଖବର ସରବରାହ ସଂସ୍ଥା ଆଇଏଏନଏସ ପ୍ରକାଶ କରିଛି।

ଏହା ପୂର୍ବରୁ ଏପ୍ରିଲ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ଉତ୍ତର ବେଙ୍ଗଲ ରାଇଗଞ୍ଜ ଲୋକସଭା ଆସନର ଇସଲାମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୩୦ ଟଙ୍କା ଲେଖାଏଁ ଟିଫିନ ଖର୍ଚ୍ଚ ଟିଏମସି କର୍ମୀ ବାଣ୍ଟିଥିବା ଜଣାପଡ଼ିଛି।

ଏ ନେଇ ସ୍ଥାନୀୟ ଟିଏମସି କର୍ମୀ ମଧ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ ସେ ଏହି ଟଙ୍କା ନିଜ ପକେଟରୁ ଭୋଟରଙ୍କ ଟିଫିନ ଖର୍ଚ୍ଚ ଭାବେ ଦେଇଛନ୍ତି। ଏଥିପାଇଁ ଦଳ ପଇସା ଦେଇ ନାହିଁ ବୋଲି କହିଥିଲେ।

ସେହିପରି ଏପ୍ରିଲ ୨୩ ତାରିଖରେ ହୋଇଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ବଲୁରଘାଟ ଲୋକସଭାରେ ଟିଏମସି କର୍ମୀ ଝାଲ ମୁଢି଼ ବାଣ୍ଟିଥିବା ଜଣାପଡ଼ିଛି।



from Odisha Reporter http://bit.ly/2LpTlAk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages