
ମୁମ୍ବାଇ: ଫିଲ୍ମ ପରଦାରେ କୁମ୍ଫୁ ବା କରାଟେ ଅଧିକ ଲୋକପ୍ରିୟ ହେବାର ଆପଣ ଜାଣିଥିବେ। ଆଜିକା ଦୁନିଆରେ କୁମ୍ଫୁ ବା କରେଟେକୁ ନେଇ ଲୋକଙ୍କ ମଧ୍ୟରେ ଏକ ଅଲଗା ପ୍ରକାର ପାଗଳାମୀ ଦେଖିବାକୁ ମିଳୁଛି। ଆପଣ ଜାଣିଥିବେ ଯେ ଚୀନ୍ରେ ,ଏହା ସବୁଠାରୁ ଅଧିକ ଲୋକପ୍ରିୟ।
‘ବିବିସି ଆର୍ଥ’ BBC Earth ଏହାକୁ ନେଇ ଏକ ଭିଡ଼ିଓ ସେୟାର୍ କରିଛନ୍ତି। ଭିଡ଼ିଓରେ ଚୀନ୍ର ଏକ କୁମ୍ଫୁ ସ୍କୁଲ୍ର ପିଲାମାନେ କିପରି ଏକାଠି ହୋଇ ପ୍ରସ୍ତୁତି କରୁଛନ୍ତି, ତାର ଭିଡିଓ ଶେଆର୍ କରିଛନ୍ତି। ଏହି ଭିଡିଓ ଆକାଶମାର୍ଗରୁ ସୁଟିଂ କରାଯାଇଛି। ଏହି ଭିଡିଓ ଆପଣ ଦେଖିଲା ପରେ କୌଣସି ଫିଲ୍ମରୁ କମ୍ ବୋଲି ଭାବିବେ ନାହିଁ।
This footage of synchronised kung fu is mesmerising to watch! #EarthFromSpace begins tonight at 9pm, @BBCOne. pic.twitter.com/W7htBW4i0f
— BBC (@BBC) 17 April 2019
ହଜାର ହଜାର୍ ପିଲା ସଠିକ୍ ତାଳମେଳ ରଖି ଏହା କରୁଥିବା ଦେଖାଯାଉଛନ୍ତି। ୧ ମିନିଟ୍ର ଏହି ଭିଡିଓ ଆପଣ ଦେଖିଲା ପରେ ଲୋମ ଟାଙ୍କୁରି ଉଠିବ ନିଶ୍ଚୟ। ଭିଡିଓରେ ପିଲାମାନେ କେତେବେଳେ ଗୋଲାକର ତ କେତେବେଳେ ଲମ୍ବାକୃତି ଆଉ କେତେବେଳେ ଏକାଠି ହେଉଯାଉଛନ୍ତି ତ କେତେବେଳେ ଚାରିଆଡ଼େ ଖେଳାଇ ହୋଇ କୁମ୍ଫୁ କରୁଥିବା ଦେଖାଯାଉଛନ୍ତି।
Here’s an epic timelapse of the Shaolin performance we filmed – one of the most surreal directing experiences of my life #bbcone #earthfromspace #pleasebeontime #satellitelove pic.twitter.com/WvmuKfRRK5
— Katie Parsons (@yesyeskatie) 17 April 2019
ଆପଣ ଏହି ଭିଡିଓ ଦେଖିଲେ ଜାଣି ପାରିବେ ନାହିଁ ଯେ, ପିଲାମାନେ ଏହିପରି କରୁଛନ୍ତି। ଯେପରି ରିମୋଟ୍ ଚିପିଲେ ଏହି ସବୁ ହେବାପରି ଆପଣଙ୍କୁ ଲାଗିବ। ଏହି ଭିଡିଓ ଏବେ ଭାଇରାଲ୍ ହେବା ସହ ୨୧୯ଜଣ ଏହାକୁ ଦେଖିସାରିଲେଣି।
ଦେଖନ୍ତୁ ଭିଡିଓ..
This is just incredible
#EarthFromSpace pic.twitter.com/baeLS4wWfa
— BBC Earth (@BBCEarth) May 9, 2019
from Odisha Reporter http://bit.ly/30kvo0o

No comments:
Post a Comment