ଅଙ୍ଗନବାଡ଼ି କେନ୍ଦ୍ରରେ ଗରମ ପାଣି ପଡ଼ି ଶିଶୁକନ୍ୟା ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 13, 2019

ଅଙ୍ଗନବାଡ଼ି କେନ୍ଦ୍ରରେ ଗରମ ପାଣି ପଡ଼ି ଶିଶୁକନ୍ୟା ଗୁରୁତର

child

ସୋନପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ କେଞ୍ଝିରିଆପାଲି ପଞ୍ଚାୟତର ଜଟିଆପାଲ୍ଲୀ ଅଙ୍ଗନବାଡ଼ି କେନ୍ଦ୍ରରେ ଗରମ ପାଣି ପଡ଼ି ଏକ ୩ ବର୍ଷର ଶିଶୁକନ୍ୟା ଗୁରୁତର ଆହତ ହୋଇଛି। ତା’ ଛାତି, ପେଟ ଓ ପିଠି ପୋଡ଼ି ଯାଇଛି। ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଶିଶୁକନ୍ୟାଟିର ନାଁ ପ୍ରୀତିମୟୀ ମହାକୁର। ତା’ ବାପାଙ୍କ ନାଁ ପଞ୍ଚାନନ ମହାକୁର।

ସୂଚନା ଅନୁଯାୟୀ, ଅଙ୍ଗନବାଡ଼ି କେନ୍ଦ୍ରର ସହାୟିକା ଆଜି ସକାଳେ ପ୍ରୀତିମୟୀକୁ ଘରୁ ଡାକି ନେଇଥିଲେ। ହେଲେ କିଛି ସମୟ ପରେ ତା ଦେହରେ ଗରମ ପାଣି ପଡ଼ି ଯାଇଥିବା ନେଇ ଖବର ମିଳିଥିଲା। ପରିବାର ଲୋକେ ତାକୁ ସୋନପୁର ଡାକ୍ତରଖାନା ନେଇ ଆସିଥିଲେ।

ଅଙ୍ଗନବାଡ଼ି କେନ୍ଦ୍ରର ସହାୟିକା ତା’ ଉପରେ ଗରମ ପାଣି ଢାଳି ଦେଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ପ୍ରୀତିମୟୀର ମା’ କହିଛନ୍ତି,“ମୋ ଛୁଆ ଅଙ୍ଗନବାଡ଼ିକୁ ପାଠ ପଢ଼ିବାକୁ ଯାଇଥିଲା। ମୋ ଛୁଆ ଦେହରେ ସେହି ସହାୟିକା ଗରମ ପାଣି ଢାଳି ଦେଇଛନ୍ତି।” ହେଲେ ଏ ନେଇ ସମ୍ପୃକ୍ତ ସହାୟିକାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।



from Odisha Reporter http://bit.ly/2vUXq4D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages