ରେଳବାଇ ପରୀକ୍ଷା ଘୁଞ୍ଚିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 25, 2019

ରେଳବାଇ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରେଳବାଇ ନିଯୁକ୍ତି ବୋର୍ଡ ପରୀକ୍ଷାରେ ଅବ୍ୟବସ୍ଥା ଦେଖାଦେଇଛି। ପରୀକ୍ଷା କେନ୍ଦ୍ରରେ ବିଦ୍ୟୁତ୍ ସମସ୍ୟା ଓ ସର୍ଭରରେ ତ୍ରୁଟି ରହିଥିବାରୁ ପରୀକ୍ଷା ଦେଇ ପାରିନାହାନ୍ତି ପରୀକ୍ଷାର୍ଥୀ। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଶେଷରେ ପରୀକ୍ଷା ଘୁଞ୍ଚାଇ ଦେବାକୁ ନିଷ୍ପତ୍ତି ହୋଇଛି।

ଆଜି ହେବାକୁ ଥିବା ରେଲୱେର ନିଯୁକ୍ତି ସଂପର୍କିତ ପରୀକ୍ଷା ଘୁଞ୍ଚି ଯାଇଛି। କେବେ ପରୀକ୍ଷା ହେବ, ତାହା ଜଣାପଡ଼ି ନାହିଁ। ପରୀକ୍ଷାର ଦିନ ଧାର୍ଯ୍ୟ ହେବା ପରେ କର୍ତ୍ତୃପକ୍ଷଙ୍କ ତରଫରୁ ଜଣାଇ ଦିଆଯିବ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ୱର ଉପକଣ୍ଠ ରେତଙ୍ଗରେ ଥିବା BIIT ରେ ରେଳବାଇ ବୋର୍ଡ ଭୁବନେଶ୍ୱର ପକ୍ଷରୁ କେତେକ ଟେକ୍‌ନିକାଲ ପଦ ପାଇଁ ପରୀକ୍ଷା ହେବାର ଥିଲା। ସକାଳ ସାଢ଼େ ୭ଟାରୁ ଜୁନିୟର ଇଂଜିନିୟର, ଜୁନିୟର ଇଂଜିନିୟର ‌ଆଇଟି ଓ ଡିପୋ ମେଟେରିୟାଲ୍ସ ସୁପରିନଟେଣ୍ଡେଣ୍ଟ ପରି ଟେକ୍ନିକାଲ ପଦବୀ ପାଇଁ ପରୀକ୍ଷା ହେବାର ଥିଲା। ପରୀକ୍ଷା କେନ୍ଦ୍ରରେ ବିଦ୍ୟୁତ ସମସ୍ୟା ଓ ସର୍ଭରରେ ତ୍ରୁଟି ରହିଥିବାରୁ ପରୀକ୍ଷା ହୋଇପାରିନଥିଲେ ପରୀକ୍ଷାର୍ଥୀ।



from Odisha Reporter http://bit.ly/2JDgIEM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages