‘ପ୍ରଥମେ ମା’ର ଆଶୀର୍ବାଦ, ତାପରେ କାଶୀ ଯିବି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 25, 2019

‘ପ୍ରଥମେ ମା’ର ଆଶୀର୍ବାଦ, ତାପରେ କାଶୀ ଯିବି’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାବରେ  ଶପଥ ନେବା ପୂର୍ବରୁ ମୋଦି ପ୍ରଥମେ ତାଙ୍କ ମା ହୀରା ବେନଙ୍କୁ ଭେଟି ଆଶୀର୍ବାଦ ନେବେ। ଆସନ୍ତାକାଲି ଏଥିପାଇଁ ଗୁଜରାଟ ଯିବେ ବୋଲି ଟ୍ୱିଟ୍ କରି କହିଛନ୍ତି ମୋଦି। ଏହାପରେ ସୋମବାର ତାଙ୍କ ନିର୍ବାଚନମଣ୍ଡଳୀ ବନାରସ ଯାଇ ଲୋକଙ୍କୁ ଧନ୍ୟବାଦ ଦେବେ ବୋଲି ସେ କରିଥିବା ଟ୍ୱିଟରେ ଉଲ୍ଲେଖ କରିଛନ୍ତି।

ତେବେ ଆଜି ଅପରାହ୍ନରେ ଦିଲ୍ଲୀରେ ବିଜେପି ସଂସଦୀୟ ଦଳ ବୈଠକ ବସିବ। ଏହି ବୈଠକରେ ନିର୍ବାଚିତ ହୋଇଥିବା ବିଜେପି ସାଂସଦ ମାନେ ଯୋଗ ଦେବେ। ବୈଠକରେ ନରେନ୍ଦ୍ର ମୋଦିଙ୍କୁ ବିଜେପି ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ କରାଯିବ। ଏହା ପରେ ଏନିଡିଏର ବୈଠକ ବସିବ। ଯେଉଁଥିରେ ବିଜେପି, ଜେଡିୟୁ, ଶିବସେନା ସମେତ ଅନ୍ୟାନ୍ୟ ସହଯୋଗୀ ଦଳର ନେତା ଯୋଗ ଦେବେ। ଏହି ବୈଠକରେ ଆଗାମୀ ସରକାରରେ କଣ ରହିବ ଆଭିମୁଖ୍ୟ ବାବଦରେ ଆଲୋଚନା ହେବ।

ମେ ୩୦ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିପାରନ୍ତି ବୋଲି ସୂଚନା ରହିଛି। ତେବେ ଏ ନେଇ ସରକାରୀ ଭାବରେ କୌଣସି ସୂଚନା ମିଳି ନାହିଁ। ଶପଥ ସମାରୋହରେ ସାର୍କ ଦେଶର ମୁଖ୍ୟ ସାମିଲ ହେବେ ବୋଲି ସୂଚନା ରହିଛି।



from Odisha Reporter http://bit.ly/2Ws7P6M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages