ଏକଜିଟ୍‌ ପୋଲ୍‌ର ପ୍ରଭାବ: ଦିଲ୍ଲୀ ବୈଠକକୁ ବାତିଲ କଲେ ମାୟାବତୀ, କଂଗ୍ରେସ ନିରାଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

ଏକଜିଟ୍‌ ପୋଲ୍‌ର ପ୍ରଭାବ: ଦିଲ୍ଲୀ ବୈଠକକୁ ବାତିଲ କଲେ ମାୟାବତୀ, କଂଗ୍ରେସ ନିରାଶ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ପ୍ରକାଶ ପାଇଥିବା ଏକଜିଟ୍‌ ପୋଲ ଫଳାଫଳ ବିରୋଧୀଙ୍କ ହୋସ ଉଡ଼ାଇ ଦେଇଛି। ଚଳିତ ନିର୍ବାଚନରେ କୌଣସି ଦଳ ଏକକ ସଂଖ୍ୟା ଗରିଷ୍ଠତା ପାଇବେ ନାହିଁ ବୋଲି ପୂର୍ବରୁ ଆକଳନ କରାଯାଇଥିଲା। ହେଲେ ଏକଜିଟ୍‌ ପୋଲ ବିରୋଧୀଙ୍କ ସବୁ ଆକଳନକୁ ଓଲଟପାଲଟ କରି ଦେଇଛି।

ଏକଜିଟ୍‌ ପୋଲ ଅନୁଯାୟୀ, ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ପାଇବ ବୋଲି କୁହାଯାଇଛି। ଏପରି ଫଳାଫଳ ପରେ ବିଏସ୍‌ପି ସୁପ୍ରିମୋ ମାୟାବତୀ ତାଙ୍କର ଦିଲ୍ଲୀ ଗସ୍ତ ବାତିଲ କରିଛନ୍ତି।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସେ ଆଜି ଦିଲ୍ଲୀ ଗସ୍ତରେ ଆସି ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଭେଟି ଥାଆନ୍ତେ ଏବଂ ଅନ୍ୟ ବିରୋଧୀ ଦଳଗୁଡ଼ିକ ସହ ନିର୍ବାଚନ ପରବର୍ତ୍ତୀ ମେଣ୍ଟ ସମ୍ପର୍କରେ ଆଲୋଚନା କରିଥାଆନ୍ତେ। ହେଲେ ସେ ଏକଜିଟ୍‌ ପୋଲ ଫଳାଫଳ ପରେ ତାଙ୍କର ଦିଲ୍ଲୀ ଗସ୍ତକୁ ବାତିଲ କରି ଦେଇଛନ୍ତି।

ଏଥିସହ ମାୟାବତୀ ଆଜି କୌଣସି ବିରୋଧୀ ଦଳ ସହ ଆଲୋଚନା କରିବେ ନାହିଁ ବୋଲି ବିଏସପିର ବରିଷ୍ଠ ନେତା ସତୀଶ ଚନ୍ଦ୍ର ମିଶ୍ରା କହିଛନ୍ତି। ତାଙ୍କ କହିବା ଅନୁଯାୟୀ, “ମାୟାବତୀ ଜୀ ଆଜି ଦିଲ୍ଲୀ ଆସିବାର କୌଣସି ସମ୍ଭାବନା ନାହିଁ। ସେ ଲକ୍ଷ୍ନୌରେ ହିଁ ରହିବେ।”

ଅନ୍ୟପକ୍ଷରେ ସୋନିଆ ସହ ବୈଠକ ବାତିଲ କରିଥିବା ମାୟାବତୀ ଆଜି ଲକ୍ଷ୍ନୌରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କ ସହ ଦୀର୍ଘ ୧ ଘଣ୍ଟା କାଳ ବୈଠକ କରିଛନ୍ତି। ଫଳରେ କଂଗ୍ରେସ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବାକୁ ଯେଉଁ ଯୋଜନା କରୁଥିଲା, ତାହା ଫସର ଫାଟି ଯାଇଛି।

ସେହିପରି ୨୩ ତାରିଖ ଫଳାଫଳ ଘୋଷଣା ପୂର୍ବରୁ ଦିଲ୍ଲୀରେ ବିରୋଧୀ ଦଳଗୁଡ଼ିକ କଂଗ୍ରେସ ନେତୃତ୍ୱରେ ଏକ ବୈଠକ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଏବେ ଏହା ୨୪ ତାରିଖକୁ ଘୁଞ୍ଚି ଯାଇଥିବା ଜଣାପଡ଼ିଛି।

ମାୟାବତୀ ବିରୋଧୀଦଳଗୁଡ଼ିକ ସହ ପ୍ରସ୍ତାବିତ ବୈଠକ ବାତିଲ କରିଥିଲେ ହେଁ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ତାଙ୍କ ବିଜେପି ହଟାଅ ଅଭିଯାନ ଜାରି ରଖିଛନ୍ତି। ଗତକାଲି ସନ୍ଧ୍ୟାରେ ନାଇଡୁ ଦିଲ୍ଲୀରେ ସୋନିଆ ଗାନ୍ଧିଙ୍କ ସହ ଆଲୋଚନା କରିଥିଲେ। ଆଜି ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।



from Odisha Reporter http://bit.ly/2WUdgIR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages