ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ୍‌ ୨୦୧୬ରେ ହିଁ ହୋଇଥିଲା: ସେନା ଅଧିକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ୍‌ ୨୦୧୬ରେ ହିଁ ହୋଇଥିଲା: ସେନା ଅଧିକାରୀ

Surgical-Strikes-Soldiers

ନୂଆଦିଲ୍ଲୀ: ୨୦୧୬ ସେପ୍ଟେମ୍ବରରେ ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ୍‌ ପ୍ରଥମ ନୁହେଁ ଓ ପୂର୍ବରୁ ମଧ୍ୟ ୬ ଥର ସର୍ଜିକାଲ ଷ୍ଟ୍ରାଇକ୍‌ ହୋଇଥିବା ନେଇ କଂଗ୍ରେସର ଦାବି ଭୁଲ ପ୍ରମାଣିତ ହୋଇଛି। ଏହା ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ୍‌ ବୋଲି ସ୍ପଷ୍ଟ କରିଦେଇଛନ୍ତି ଭାରତୀୟ ସେନାର ନଦର୍ଣ୍ଣ କମାଣ୍ଡ ଦାୟିତ୍ୱରେ ଥିବା କମାଣ୍ଡ ଇନ୍‌ ଚିଫ୍‌ ଲେଫ୍ଟନାଣ୍ଟ ଜେନେରାଲ ରଣବୀର ସିଂହ। ଉରିଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଏହି ଷ୍ଟ୍ରାଇକ୍‌ ୨୦୧୬ ସେପ୍ଟେମ୍ବରରେ କରାଯାଇଥିଲା।

କିଛି ଦିନ ପୂର୍ବରୁ କଂଗ୍ରେସ ଦାବି କରିଥିଲା ଯେ ୟୁପିଏ ସରକାର ଅମଳରେ ଭାରତୀୟ ସେନା ୬ଟି ସର୍ଜିକାଲ ଷ୍ଟ୍ରାଇକ୍‌ କରିଥିଲା। ଆଉ ବରିଷ୍ଠ କଂଗ୍ରେସ ନେତା ରାଜୀବ ଶୁକ୍ଲା ଏସବୁ ଷ୍ଟ୍ରାଇକ୍‌ କେଉଁଦିନ ହୋଇଥିଲା ତା’ର ତାରିଖ ମଧ୍ୟ ଦେଇଥିଲେ। ଶୁକ୍ଲା କହିଥିଲେ, କଂଗ୍ରେସ ଏଭଳି ଷ୍ଟ୍ରାଇକ୍‌ରୁ କ୍ରେଡିଟ୍‌ ନେବାକୁ ଚେଷ୍ଟା କରିନଥିଲା। କିଛି ଲୋକ ଗୋଟିଏ ଷ୍ଟ୍ରାଇକ୍‌ ପାଇଁ ଏତେ ଚର୍ଚ୍ଚା କରୁଛନ୍ତି। ନା ଡକ୍ଟର ମନମୋହନ ସିଂହ ନା ଅଟଳ ବିହାରୀ ବାଜପେୟୀ ଏଭଳି ସର୍ଜିକାଲ ଷ୍ଟ୍ରାଇକ୍‌ ପାଇଁ କ୍ରେଡିଟ୍‌ ନେବାକୁ ପ୍ରେସ୍‌ କନ୍‌ଫରେନ୍ସ କରି ନଥିଲେ।

କିନ୍ତୁ ଏହି ପ୍ରସଙ୍ଗରେ ଲେଫ୍ଟନାଣ୍ଟ ଜେନେରାଲ ରଣବୀର ସିଂହ କହିଛନ୍ତି, କିଛି ଦିନ ଆଗରୁ ଡିଜିଏମ୍‌ଓ ଏକ ଆରଟିଆଇର ଉତ୍ତରରେ କହିସାରିଛନ୍ତି ଯେ ସର୍ଜିକାଲ ଷ୍ଟ୍ରାଇକ୍‌ ପ୍ରଥମ ଥର ପାଇଁ ୨୦୧୬ ମସିହାରେ ହୋଇଥିଲା। ରାଜନୀତିକ ଦଳଗୁଡ଼ିକ କ’ଣ କହୁଛନ୍ତି ବା ନକହୁଛନ୍ତି, ସେ ବିଷୟରେ ମୋର କିଛି କହିବାର ନାହିଁ, ସେମାନଙ୍କୁ ସରକାର ଉତ୍ତର ଦେବେ। ମୁଁ କେବଳଆରଟିଆଇରେ ଦିଆଯାଇଥିବା ତଥ୍ୟକୁ ଉପସ୍ଥାପନ କରିଛି ଏବଂ ତାହା ହିଁ ସତ୍ୟ।

ସୂଚନାଯୋଗ୍ୟ, ୨୦୧୬ ମସିହା ସେପ୍ଟେମ୍ବର ୧୮ ତାରିଖରେ ଉରିଠାରେ ଥିବା ସେନା କ୍ୟାମ୍ପ ଉପରେ ଆତଙ୍କୀ ହମ୍‌ଲାରେ ୧୮ ଜଣ ଯବାନ ସହିଦ ହୋଇଥିଲେ। ଏହାର ପ୍ରାୟ ୧୦ ଦିନ ପରେ ଭାରତ ପିଓକେରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିଥିଲା।



from Odisha Reporter http://bit.ly/2LWUMpV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages