ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ଏସପି ପ୍ରାର୍ଥୀ ତେଜ ବାହାଦୁର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 6, 2019

ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ଏସପି ପ୍ରାର୍ଥୀ ତେଜ ବାହାଦୁର

ନୂଆଦିଲ୍ଲୀ: ବାରଣାସୀ ଲୋକସଭା ଆସନର ପ୍ରାର୍ଥୀ ତେଜ ବାହାଦୁରଙ୍କ ନାମାଙ୍କନ ପତ୍ର ନିର୍ବାଚନ କମିଶନ ଖାରଜ କରିବା ପରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଖୁବଶୀଘ୍ର ମାମଲାର ଶୁଣାଣି କରିବା ପାଇଁ ନିଜ ଆବେଦନ ପତ୍ରରେ ଦର୍ଶାଇଛନ୍ତି।

ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବାରାଣସୀରୁ ସମାଜବାଦୀ ପାର୍ଟିର ପ୍ରାର୍ଥୀ ହୋଇଥିଲେ ବହିଷ୍କୃତ ବିଏସ୍‌ଏଫ୍‌ ଯବାନ ତେଜ ବାହାଦୁର ଯାଦବ। ଦୁର୍ନୀତି ଓ ଡିସ୍‌ଲୟାଲିଟି କାରଣରୁ ତାଙ୍କ ନାମାଙ୍କନକୁ ନିର୍ବାଚନ କମିଶନ ଖାରଜ କରିଦେଇଥିଲେ।

ପ୍ରତିକ୍ରିୟାରେ ବାରାଣସୀର ରିଟର୍ଣ୍ଣି ଅଫିସର ସୁରେନ୍ଦ୍ର ସିଂହ କହିଥିଲେ, “ଯଦି ଜଣେ ବ୍ୟକ୍ତି ଭାରତ ସରକାର କିମ୍ବା ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବେ ଏବଂ ତାଙ୍କୁ ଦୁର୍ନୀତି କିମ୍ବା ଡିସ୍‌ଲୟାଲଟି ଯୋଗୁ ଚାକିରି ହରାଇବାକୁ ପଡ଼ିଥିବ, ତା’ହେଲେ ସେ ନିର୍ବାଚନ ଲଢ଼ିବାକୁ ଯୋଗ୍ୟ ହୋଇପାରିବେ ନାହିଁ।”

ଏହାପରେ ତେଜ ବାହାଦୁର କହିଥିଲେ “ମୋ ନାମାଙ୍କନକୁ ବେଆଇନ୍‌ ଭାବେ ରଦ୍ଦ କରାଯାଇଛି। ଆମେ ଏହା ବିରୋଧରେ ସୁପ୍ରିମକୋର୍ଟ ଯିବୁ।”

ତେଜ ବାହାଦୁର ନାମାଙ୍କନ ଦାଖଲ କରିବା ପରେ ନିର୍ବାଚନ କମିଶନ ତେଜବାହାଦୁରଙ୍କୁ ନୋଟିସ୍‌ କରିବା ସହ ବିଏସ୍‌ଏଫ୍‌ରୁ ନୋ-ଅବଜେକସନ୍‌ ପ୍ରମାଣପତ୍ର ଆଣିବାକୁ କହିଥିଲେ। ଏଥିପାଇଁ ମାତ୍ର ଗୋଟିଏ ଦିନର ସମୟ ଦେଇଥିଲେ। ଫଳରେ ତେଜ ବାହାଦୁର ଆବଶ୍ୟକ କାଗଜପତ୍ର ଦାଖଲ କରିପାରିନଥିଲେ।

ତେଜବାହାଦୁର ସେନାରେ ଖରାପ ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରିବା ସହ ଏକ ଭିଡିଓ ଫେସବୁକ୍‌ରେ ପୋଷ୍ଟ କରିଥିଲେ। ଏଥିପାଇଁ ତାଙ୍କୁ ୨୦୧୭ରେ ବିଏସ୍‌ଏଫ୍‌ରୁ ବହିଷ୍କାର କରାଯାଇଥିଲା।



from Odisha Reporter http://bit.ly/2J2diLq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages