
ଭିୱାନି: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରି କହିଛନ୍ତି, ମୋଦି ଜଣେ ବକ୍ସର ଯେକି ବେକାରୀ ସହ ଲଢ଼େଇ କରିବାକୁ ରିଙ୍ଗକୁ ଆସିଥିଲେକିନ୍ତୁ ଶେଷରେ ତାଙ୍କ ‘କୋଚ୍’ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ପଞ୍ଚ ମାରିଥିଲେ। ଏହି ଗାନ୍ଧି ପରିବାରର ଦାୟାଦ ଭିୱାନୀଠାରେ ଏକ ନିର୍ବାଚନୀ ରାଲିରେ ଏହି ମନ୍ତବ୍ୟ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଏହି ସ୍ଥାନ ବକ୍ସିଂର ଏନ୍ତୁଡ଼ିଶାଳ ଭାବରେ ଖ୍ୟାତ। ଏହି ସ୍ଥାନରେ ଜନ୍ମିତ ବିଜେନ୍ଦର ସିଂହ ବର୍ତ୍ତମାନ ଦିଲ୍ଲୀରେ କଂଗ୍ରେସ ଟିକେଟ୍ରେ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି।
ରାହୁଲ ଏହି ଅବସରରେ କହିଛନ୍ତି, ନରେନ୍ଦ୍ର ମୋଦିଙ୍କ କୋଚ୍ ଆଡଭାନୀ ଏବଂ ଅନ୍ୟ ଟିମ୍ ସଦସ୍ୟ ଯେପରିକି ନୀତୀନ୍ ଗଡକରୀ ସେଠାରେ ଥିଲେ। ମୋଦି ରିଙ୍ଗକୁ ପ୍ରବେଶ କରି ପ୍ରଥମ କାମ ଭାବରେ ଆଡଭାନୀଙ୍କ ମୁହଁକୁ ମୁଥ ମାରିଛନ୍ତି। ଏହାପରେ ସେ କିଛି ବିମୁଦ୍ରାକରଣ ଏବଂ ଗବ୍ବର ସିଂହ ଟାକ୍ସ ଜରିଆରେ ଛୋଟଛୋଟ ଦୋକାନୀଙ୍କୁ ପରାସ୍ତ କରିଛନ୍ତି।
ଭିୱାନୀ ଲୋକସଭା ଆସନ ପାଇଁ କଂଗ୍ରେସ ପୂର୍ବତନ ହରିଆଣା ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବଂଶୀ ଲାଲ୍ଙ୍କ ନାତୁଣୀ ତଥା ବର୍ତ୍ତମାନର ସ୍ଥାନୀୟ ବିଧାୟକ କିରନ୍ ଚୌଧୁରୀଙ୍କ ଝିଅ ଶ୍ରୁତି ଚୌଧୁରୀଙ୍କୁ ପ୍ରାର୍ଥୀ କରିଛି।
from Odisha Reporter http://bit.ly/2VixP4J
No comments:
Post a Comment