ମମତାଙ୍କୁ ଝଟ୍‌କା: ବିଜେପିରେ ମିଶିବେ ୨୦ ଟିଏମ୍‌ସି କାଉନସିଲର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

ମମତାଙ୍କୁ ଝଟ୍‌କା: ବିଜେପିରେ ମିଶିବେ ୨୦ ଟିଏମ୍‌ସି କାଉନସିଲର୍‌

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ ବିଜେପିର ପ୍ରଚଣ୍ଡ ଜନସମର୍ଥନ ଯୋଗୁ ଜୋର୍ ଝଟ୍‌କା ପାଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଆଉ ଏକ ଝଟ୍‌କା ଲାଗିବାକୁ ଯାଉଛି। ଟିଏମସିର ୨୦ ଜଣ କାଉନସିଲର୍ ଦଳ ଛାଡ଼ି ବିଜେପିରେ ମିଶିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆଜି ଏଥିପାଇଁ ୨୦ ଜଣ ଯାକ କାଉନସିଲ୍‌ର ଦିଲ୍ଲୀରେ ଆସି ପହଞ୍ଚିଛନ୍ତି। ପଶ୍ଚିମବଙ୍ଗରେ ବିଜେପି ଭଲ ପ୍ରଦର୍ଶନ କରିବା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ସେମାନେ ପଦ୍ମ ଧରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି।

ଗରିଫାର ୱାର୍ଡ ନଂ ୬ରୁ କାଉନସିଲର ହୋଇଥିବା ରୁବି ଚାଟାର୍ଜୀ କହିଛନ୍ତି, “ବର୍ତ୍ତମାନ ୨୦ ଜଣ କାଉନସିଲର୍ ଦିଲ୍ଲୀରେ ପହଞ୍ଚିଛନ୍ତି। ଆମେ ମମତାଙ୍କ କାର୍ଯ୍ୟଶୈଳୀରେ ଅସନ୍ତୁଷ୍ଟ ନୁହେଁ। କିନ୍ତୁ ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ ବିଜେପି ବେଙ୍ଗଲରେ ଯେଉଁଭଳି ପ୍ରଦର୍ଶନ କଲା, ଆମେ ସେଥିରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛୁ। ବେଙ୍ଗଲରେ ଲୋକମାନେ ବିଜେପିକୁ ପସନ୍ଦ କରୁଛନ୍ତି ଏବଂ ଦଳ ଲୋକଙ୍କ ପାଇଁ ବି କାମ କରୁଛି।”

ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗର ୪୨ଟି ଲୋକସଭା ଆସନରୁ ବିଜେପି ୧୮ଟିରେ ଜିତିଥିବା ବେଳେ ଟିଏମସି ୨୨ଟିରେ ସୀମିତ ରହିଛି। ୨୦୧୪ରେ ବିଜେପି ଏଠାରେ ମାତ୍ର ୨ଟି ଆସନ ଜିତିଥିଲା ଏବଂ ଟିଏମସି ୩୪ଟି ସାଂସଦ ଲୋକସଭାକୁ ପଠାଇଥିଲା।

ଅନ୍ୟପକ୍ଷରେ ଟିଏମସିର ୩ ଜଣ, ସିପିଆଇ(ଏମ୍‌)ର ଜଣେ ଓ କଂଗ୍ରେସର ୨ ଜଣ ବିଧାୟକ ମଧ୍ୟ ବିଜେପିରେ ମିଶିବାର କାର୍ଯ୍ୟକ୍ରମ ରହିଛି।



from Odisha Reporter http://bit.ly/2MdYgo7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages