
ପୁରୀ (ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜିଉଙ୍କ ରଥକାଠ ଅନୁକୂଳ ହେବ। ରଥଖଳାରେ ତିନିଟି ଧଉରା କାଠ ପୂଜାର୍ଚ୍ଚନା କରାଯାଇ ରଥ କାମ ଅନୁକୂଳ କରାଯିବ। ଶ୍ରୀମନ୍ଦିରରୁ ଆଜ୍ଞା ମାଳ ଆସିବା ପରେ ରାଜଗୁରୁ ପୂଜା କରିବା ପରେ ମହାରଣା ସେବାୟତ ରଥ କାଠ ଅନୁକୂଳ କରିଥାନ୍ତି। ତେବେ ବାତ୍ୟା ଫୋନିରେ ପୁରୀ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇ ଥିବାରୁ ଆଜିର ରଥ ଅନୁକୂଳ କାର୍ଯ୍ୟକ୍ରମକୁ ନିରାଡ଼ମ୍ବର କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି।
ଏହାସହ ଆଜିଠାରୁ ତିନି ଦିଅଁଙ୍କ ଚନ୍ଦନ ଯାତ୍ରା ମଧ୍ୟ ଆରମ୍ଭ ହେଉଛି। ଏଥିପାଇଁ ପୋଖରୀରେ ରହିଥିବା ନନ୍ଦା ଓ ଭଦ୍ରା ଡଙ୍ଗାକୁ ସଜା ଯାଇଛି। ନରେନ୍ଦ୍ରରେ ୨୧ ଦିନ ଧରି ବାହାର ଚାପ ଖେଳିବା ପରେ ପୁଣି ୨୧ ଦିନ ପାଇଁ ଶ୍ରୀମନ୍ଦିରରେ ଭିତର ଚାପ ଖେଳିବେ ମହାପ୍ରଭୁ।
from Odisha Reporter http://bit.ly/2VhsavO
No comments:
Post a Comment