ହୋର୍ଡିଂ ତଳୁ ଗଳିତ ମୃତଦେହ ଉଦ୍ଧାର; ‘ଫୋନି’ରେ ମୃତ୍ୟୁ ଘଟିଥିବା ଅନୁମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 6, 2019

ହୋର୍ଡିଂ ତଳୁ ଗଳିତ ମୃତଦେହ ଉଦ୍ଧାର; ‘ଫୋନି’ରେ ମୃତ୍ୟୁ ଘଟିଥିବା ଅନୁମାନ

dead

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀରୁ ଏକ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ମାଷ୍ଟର୍ କ୍ୟାଣ୍ଟିନ୍ ଛକ ନିକଟରୁ ଏହି ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସାଲିଆ ସାହିର କାର୍ତ୍ତିକ ରାଉତ।

ସେ ମାଷ୍ଟର୍‌ କ୍ୟାଣ୍ଟିନ୍‌ ନିକଟରେ ଏକ ଚା’ ଦୋକାନ କରିଥିଲେ। ତେବେ ବାତ୍ୟା ପରଠୁ ସେ ନିଖୋଜ ଥିଲେ। ଏ ନେଇ ତାଙ୍କ ପରିବାର ଲୋକେ ଥାନାରେ ଜଣାଇଥିଲେ।

ମାଷ୍ଟର୍‌ କ୍ୟାଣ୍ଟିନ୍‌ ନିକଟରେ ବାତ୍ୟାରେ ଉପୁଡ଼ି ପଡ଼ିଥିବା ଏକ ହୋର୍ଡିଂ ତଳୁ ଗତକାଲି କାର୍ତ୍ତିକଙ୍କ ମୃତଦେହ ଠାବ କରାଯାଇଥିଲା। ତେଣୁ ‘ଫୋନି’ରେ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି।

ଏହା ପୂର୍ବରୁ ରାଜଧାନୀରେ ‘ଫୋନି’ରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ଆସିଥିଲା। ତିନି ଜଣଙ୍କ ଉପରେ ଗଛ ଓ ଦୁଇ ଜଣଙ୍କ ଉପରେ ଆଜ୍‌ବେଷ୍ଟସ୍ ପଡ଼ିଯିବାରୁ ସେମାନଙ୍କ ମୃତ୍ୟୁ ଘଟିଥିବା କୁହାଯାଇଥିଲା।

ଅନ୍ୟପକ୍ଷରେ ରାଜ୍ୟରେ ସରକାରୀ ଭାବେ ଫୋନି ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି। ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (SEOC) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୫ଟି ଜିଲ୍ଲାରୁ ‘ଫୋନି’ ମୃତ୍ୟୁ ଖବର ଆସିଛି। ପୁରୀ ଜିଲ୍ଲାରେ ସର୍ବାଧିକ ୨୧ ଜଣଙ୍କ ମୃତ୍ୟୁ ଘଟିଛି। ସେହିଭଳି ଯାଜପୁର ଜିଲ୍ଲାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୟୂରଭଞ୍ଜରେ ୪, କଟକରେ ୩ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ଘଟିଛି।

ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୩୫ କୁହାଯାଉଥିଲା ବି ବାସ୍ତବରେ ଏହି ସଂଖ୍ୟା ଯଥେଷ୍ଟ ଅଧିକ ବୋଲି କୁହାଯାଉଛି। ଯୋଗାଯୋଗ ଅଭାବରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରୁ ସୂଚନା ଆସିପାରୁ ନ ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି।



from Odisha Reporter http://bit.ly/2YfYGf3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages