
ନୂଆଦିଲ୍ଲୀ: ସକାଳ ୭ ପରିବର୍ତ୍ତେ ୫ଟାରୁ ଭୋଟିଂ ଆରମ୍ଭ କରିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ପ୍ରସ୍ତାବର ଜବାବ ରଖିଛନ୍ତି ନିର୍ବାଚନ କମିଶନ(ଇସି)। ଆଗୁଆ ମତଦାନ ଆରମ୍ଭ ହେଲେ ଅଧିକ ପୋଲିଂ ଅଧିକାରୀ, ସରଞ୍ଜାମ ଆଦିର ଆବଶ୍ୟକ ରହିଛି। ଏଥିସହ ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀ ପାଖାପାଖି ୧୬ ଘଣ୍ଟା ଡ୍ୟୁଟି କରୁଛନ୍ତି। ଯାହାକି ନିର୍ଦ୍ଧାରିତ ସମୟଠାରୁ ଅଧିକ। ତେଣୁ ସକାଳ ୫ଟାରେ ଭୋଟିଂ କରିବା ସମ୍ଭବ ନୁହେଁ ବୋଲି ସୁପ୍ରିମକୋର୍ଟରେ ପକ୍ଷ ରଖି କହିଛନ୍ତି ନିର୍ବାଚନ କମିଶନ।
ଏଥିସହ ସକାଳ ୫ଟାରୁ ଭୋଟିଂ ଆରମ୍ଭ କଲେ ଅଧିକାଂଶ ସ୍ଥାନରେ ସୂର୍ଯ୍ୟ ଉଦୟ ହୋଇନଥିବାର ଆଶଙ୍କା ରହିଛି। ତେଣୁ ଆଲୋକୀକରଣ ପାଇଁ ଆବଶ୍ୟକ ଉପକରଣର ବ୍ୟବସ୍ଥା କରିବାକୁ ପଡ଼ିବ। ଯାହାକି ଏବେ ସମ୍ଭବପର ନୁହେଁ ବୋଲି ରବିବାର ଇସି କହିଛନ୍ତି।
ସୂଚନାଯୋଗ୍ୟ ଯେ ମୁସଲିମ ସମ୍ପ୍ରଦାୟର ପବିତ୍ର ରମଜାନ ମାସ ଚାଲିଥିବାରୁ ପ୍ରାୟତଃ ସମସ୍ତେ ଉପବାସ କରିଥାନ୍ତି। ତେଣୁ ସକାଳ ୫ଟାରୁ ମତଦାନ ଆରମ୍ଭ କରିବା ପାଇଁ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ପରାମର୍ଶ ଦେଇଥିଲେ। ତେଣୁ ଅନ୍ତିମ ୩ଟି ପର୍ଯ୍ୟାୟରେ ସକାଳ ୫ଟାରେ ଭୋଟିଂ ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଥିଲେ।
ଆଇନଜୀବୀ ମହମ୍ମଦ ନିଜାମୁଦ୍ଦିନ ପଶା ଏବଂ ଅସଦ ହାୟତ ଏ ନେଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଏହି ଆବେଦନର ଶୁଣାଣି କରି ତୁରନ୍ତ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଥିଲେ।
from Odisha Reporter http://bit.ly/2LosW5N
No comments:
Post a Comment