
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏବେ ସୁଦ୍ଧା ରାଜଧାନୀର କିଛି କିଛି ଅଞ୍ଚଳରେ ବିଦ୍ୟୁତ୍ ଆସିଛି ଏବଂ ଆଉ କିଛି କିଛି ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ଚାଲିଛି। ସରକାରଙ୍କ କହିବା ଅନୁସାରେ ଆସନ୍ତା ୧୨ ତାରିଖ ସୁଦ୍ଧା ରାଜଧାନୀର ସବୁ ଅଞ୍ଚଳରେ ବିଜୁଳି ସଂଯୋଗ ହୋଇଯିବ। ଠିକ୍ ସେହିପରି ଆସନ୍ତା କାଲି ସୁଦ୍ଧା ରାଜଧାନୀର ପ୍ରାୟ ୮୦ ପ୍ରତିଶତ ଅଞ୍ଚଳରେ ବିଜୁଳି ସଂଯୋଗ ପ୍ରକ୍ରିୟା ଶେଷ ହୋଇଯିବ ବୋଲି ସରକାର ପୂର୍ବରୁ ସୂଚନା ଦେଇଛନ୍ତି।
ତେବେ ଭୁବନେଶ୍ଵର ଇଲେକଟ୍ରିକାଲ୍ ଡିଭିଜନ(ବିଇଡି) ପକ୍ଷରୁ ଏହାକୁ ନେଇ ଏକ ସମ୍ଭାବ୍ୟ ତାଲିକା ପ୍ରସ୍ତୁତ କରାଯାଇଛି। ଏଥିରେ ୪୦ଟି ପ୍ରମୁଖ ଅଞ୍ଚଳରେ କେବେ ସୁଦ୍ଧା ବିଜୁଳି ଦିଆଯାଇ ପାରିବ ସେ ସମ୍ପର୍କିତ ସୂଚନା ରହିଛି।
ମଞ୍ଚେଶ୍ଵର ଓ ଭିଏସଏସ୍ ନଗରରେ ୧୮ ତାରିଖ, ତ୍ରିନାଥ ବଜାର, ପାହାଳ, ଭିଙ୍ଗାରପୁର ଓ ଗଙ୍ଗେଶ୍ୱରରେ ୧୪ ତାରିଖ, ନହରକଣ୍ଟା, ବାଲିଅନ୍ତା ଅଞ୍ଚଳରେ ୧୫ ତାରିଖ ସୁଦ୍ଧା ବିଜୁଳି ସଂଯୋଗ ଦିଆଯିବାର ସମ୍ଭାବନା ରହିଛି। ତେବେ ସମ୍ଭାବ୍ୟ ତାରିଖ ଅତିକ୍ରମ କରିଯାଇଥିବା କିଛି ଅଞ୍ଚଳରେ ଏବେ ସୁଦ୍ଧା ଖୁଣ୍ଟ ପୋତା ଓ ତାର ଭିଡ଼ା କାର୍ଯ୍ୟ ଚାଲିଛି।
ଏଠାରେ ଦେଖନ୍ତୁ କେଉଁ ଅଞ୍ଚଳରେ କେବେ ସୁଦ୍ଧା ଦିଆଯିବ ବିଜୁଳି, କେଉଁଠାରେ ସମ୍ଭାବ୍ୟ ତାରିଖ ଅତିକ୍ରମ କରି ସାରିଛି ଏବଂ କେଉଁ ଅଞ୍ଚଳରେ ସବୁଠାରୁ ଶେଷରେ ବିଜୁଳି ଦିଆଯିବା ନେଇ ତାଲିକା ପ୍ରସ୍ତୁତ କରାଯାଇଛି।

from Odisha Reporter http://bit.ly/2HdiXuy
No comments:
Post a Comment