
ହାଇଦ୍ରାବାଦ୍: ଆଇପିଏଲ୍ ୨୦୧୯ ଏଲିମିନେଟର ମ୍ୟାଚ୍ ଜିତିବା ପାଇଁ ଯୁବ ତାରକା ଖଚିତ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୬୩ ରନ୍ର ଟାର୍ଗେଟ ମିଳିଛି। ଆଜିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍ରେ ୮ ୱିକେଟ୍ ହରାଇ ୧୬୨ ରନ୍ କରିଛି।
ଏହି ମ୍ୟାଚ୍ଟିକୁ ଯେଉଁ ଦଳ ଜିତିବ, ସେ ଦ୍ୱିତୀୟ କ୍ୱାଲିଫାୟରରେ ଚେନ୍ନାଇ ସୁପରକିଙ୍ଗସ୍କୁ ଭେଟିବ। ଗତକାଲି ପ୍ରଥମ କ୍ୱାଲିଫାୟର୍ରେ ମୁମ୍ବାଇ ପ୍ରତିପକ୍ଷ ଚେନ୍ନାଇକୁ ହରାଇ ଫାଇନାଲ୍ରେ ପ୍ରବେଶ କରିଛି।
ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟସ ଆୟର ଆଜି ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ହାଇଦ୍ରାବାଦ୍ ବିସ୍ଫୋରକ ଆରମ୍ଭ କରିଥିଲେ ହେଁ ଏହାକୁ ବଡ଼ ସ୍କୋରରେ ପରିଣତ କରିପାରି ନଥିଲା। ଦଳୀୟ ସ୍କୋର ୩୧ ଥିବା ବେଳେ ବ୍ୟକ୍ତିଗତ ୮ ରନ୍ କରି ରିଦ୍ଧିମାନ ଶାହା ପ୍ରଥମେ ଈଶାନ୍ତ ଶର୍ମାଙ୍କ ବଲରେ ଆଉଟ୍ ହୋଇଯାଇଥିଲେ।
ମନିଷ ପାଣ୍ଡେଙ୍କ ସହ ମିଶି ଅନ୍ୟତମ ଓପନର ମାର୍ଟିନ ଗପ୍ଟିଲ୍ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। କିନ୍ତୁ ଗପ୍ଟିଲ ୩୬ ରନ୍ କରିଥିବା ବେଳେ ବଡ଼ ଶଟ୍ ଖେଳିବା ଲୋଭରେ ଅମିତ ମିଶ୍ରାଙ୍କ ବଲରେ ଆଉଟ୍ ହୋଇଯାଇଥିଲେ। ମନୀଷ ପାଣ୍ଡେ ୩୦ ଓ କେନ୍ ୱିଲିମିସନ୍ ୨୮ ରନ୍ର ଇନିଂସ୍ ଖେଳିଥିଲେ ହେଁ ଏହାକୁ ବଡ଼ ସ୍କୋରରେ ପରିଣତ କରିପାରି ନଥିଲେ।
ମନିଷଙ୍କୁ କେମୋ ପଲ ଆଉଟ୍ କରିଥିବା ବେଳେ ୱିଲିମିସନ୍ ଦ୍ରୁତ ବୋଲର ଈଶାନ୍ତ ଶର୍ମାଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ବିଜୟ ଶଙ୍କର ମଧ୍ୟ କେବଳ ୨୫ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଶେଷ ଓଭର୍ ବୋଲିଂ କରୁଥିବା କେମୋ ପଲ୍ଙ୍କ ଏକ ନୋବଲ୍କୁ ମହମ୍ମଦ ନାବି ଛକା ମାରି ଦଳୀୟ ସ୍କୋରକୁ ୧୬୦ରେ ପହଞ୍ଚାଇଥିଲେ। କିନ୍ତୁ ଏହାର ପରବର୍ତ୍ତୀ ବଲ୍ରେ ନାବି(୨୦) ଆଉଟ୍ ହୋଇଯାଇଥିଲେ।
ସେହିପରି ଦୀପକ ହୁଡା(୬) ରନ୍ ଆଉଟ୍ ହୋଇଥିବା ବେଳେ ରଶିଦ ଖାନ୍ ପ୍ରଥମ ବଲ୍ରେ ହିଁ ପ୍ୟାଭିଲିୟନ ଫେରିଥିଲେ। ଶେଷ ବଲ୍ରେ ବିଶାଲ ଥାମ୍ପି ଗୋଟିଏ ରନ୍ କରିବାରୁ ଦଳୀୟ ସ୍କୋର ୧୬୨ରେ ପହଞ୍ଚିଥିଲା।
ଦିଲ୍ଲୀ ପକ୍ଷରୁ କେମୋ ପଲ୍ ୩ଟି ୱିକେଟ୍ ନେଇଥିବା ବେଳେ ଈଶାନ୍ତ ଶର୍ମା ୨ଟି, ଟ୍ରେଣ୍ଟ ବୋଲ୍ଟ ଓ ଅମିତ ମିଶ୍ରା ଗୋଟିଏ ଲେଖାଏ ୱିକେଟ୍ ପାଇଛନ୍ତି।
from Odisha Reporter http://bit.ly/2vKPT8z
No comments:
Post a Comment