
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ ଦ୍ୱାରା ପ୍ରଭାବିତ ହୋଇଥିବା ୧୪ଟି ଜିଲ୍ଲାରେ ବ୍ୟାଙ୍କ ସେବା ଅଧିକ ୨ ଘଣ୍ଟା ଚାଲିବ। ଆଜି ଭୁବନେଶ୍ୱର ସ୍ଥିତ ଆର୍ବିଆଇ (ଭାରତୀୟ ରିଜର୍ଭ ବ୍ୟାଙ୍କ) କାର୍ଯ୍ୟାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି।
ଆର୍ବିଆଇର ଆଞ୍ଚଳିକ ନିର୍ଦ୍ଦେଶକ ମହେଶ ମଲ କହିଛନ୍ତି, ବାତ୍ୟା ପ୍ରଭାବିତ ୧୪ଟି ଜିଲ୍ଲାରେ ଅପରାହ୍ନ ୪ଟା ପରିବର୍ତ୍ତେ ସନ୍ଧ୍ୟା ୬ଟା ଯାଏ ବ୍ୟାଙ୍କ ସେବା ମିଳିବ।
ସେ ଆହୁରି କହିଛନ୍ତି, ବାତ୍ୟା ପ୍ରଭାବିତ ଗ୍ରାମାଞ୍ଚଳରେ ମୋବାଇଲ୍ ATM ଭ୍ୟାନ୍ ବୁଲିବ। ସେହିପରି ଗ୍ରାମାଞ୍ଚଳଗୁଡ଼ିକୁ ଅଧିକ POS ମେସିନ୍ ଦେବାକୁ ନିଷ୍ପତ୍ତି ହୋଇଛି। ୫୦% ATM କାର୍ଯ୍ୟକ୍ଷମ ଅଛି। ବ୍ୟାଙ୍କରେ ବି ପର୍ଯ୍ୟାପ୍ତ ଟଙ୍କା ଅଛି। ତେଣୁ ଭୟଭୀତ ନହେବାକୁ ସେ ବାତ୍ୟାପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଅନୁରୋଧ କରିଛନ୍ତି।
ଶ୍ରୀ ମଲ କହିଛନ୍ତି, ବାତ୍ୟାରେ ନଷ୍ଟ ହୋଇଥିବା ସମସ୍ତ ଚିରାଫଟା ନୋଟ୍ ବ୍ୟାଙ୍କଗୁଡ଼ିକ ଗ୍ରହଣ କରିବେ। ଅଧିକ ନଷ୍ଟ ହୋଇଥିବା ଓ ପୋଡ଼ି ଯାଇଥିବା ନୋଟ୍ଗୁଡ଼ିକୁ କେବଳ ଆର୍ବିଆଇରେ ବଦଳା ଯାଇପାରିବ।
from Odisha Reporter http://bit.ly/2PVm8em
No comments:
Post a Comment