
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ କେବେ ନା କେବେ ପାନ ଖାଇଥିବେ। କିଛି ନ ହେଲେ ରଜ ପାନ ତ ନିଶ୍ଚିତ ଖାଇଥିବେ। ଅନେକ ଲୋକଙ୍କର ପାନ ବିନା ଦିନ ଆରମ୍ଭ ହିଁ ହୋଇ ନ ଥାଏ। ଆମେ ଘରେ ହେଉ ବା କୌଣସି ପାର୍ଟିରେ ଖାଇବା ପରେ ପାନ ଖାଇଥାଉ। ଏହା ପାଟିର ଦୁର୍ଗନ୍ଧ ଦୂର କରିବା ସହ ଖାଦ୍ୟ ମଧ୍ୟ ହଜମ କରିଥାଏ।

କିନ୍ତୁ ଆପଣ ଜାଣିଛନ୍ତି କି, ଏହି ପାନ କେବଳ ସଉକ୍ ନୁହେଁ, ଏହା ଅନେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦୂର କରିଥାଏ। ତାହାଲେ ଜାଣନ୍ତୁ ପାନକୁ ବ୍ୟବହାର କରି ଆମେ କେଉଁ ସବୁ ସ୍ୱାସ୍ଥ୍ୟ ସମସ୍ୟାକୁ ଦୂରେଇ ପାରିବା।

୧- ଏହାକୁ କେବଳ ଖାଇବା ନୂହେଁ, ଆଣ୍ଟିସେଫ୍ଟିକ୍ ରୂପେ ମଧ୍ୟ ବ୍ୟବହାର କରିପାରିବା। ଆପଣଙ୍କ ଗୋଡ଼ ବା ହାତରେ ଛୋଟ ମୋଟ ଖଣ୍ଡିଆ ହୋଇଥିଲେ ପାନ ପତ୍ରକୁ ବ୍ୟବହାର କରି ଆରାମ ପାଇ ପାରିବେ। ଖଣ୍ଡିଆ ଉପରେ ଆପଣ ପାନ ପତ୍ରକୁ ବାନ୍ଧିବା ଦ୍ୱାରା ଜଳା ପୋଡ଼ାରୁ ଆରାମ ମିଳିଥାଏ।
୨- ନାକରୁ ଯଦି ରକ୍ତ ବାହାରୁଛି, ତାହାଲେ ଆପଣ ବ୍ୟସ୍ତ ନ ହୋଇ ପାନ ପତ୍ରକୁ ବ୍ୟବହାର କରି ରକ୍ତ ପଡ଼ିବାକୁ ବନ୍ଦ କରି ପାରିବେ। ଆପଣଏହି କ୍ଷେତ୍ରରେ କେବଳ ପାନ ପତ୍ରକୁ ଶୁଙ୍ଘନ୍ତୁ। ଏହା କଲେ ନାକରୁ ରକ୍ତ ପଡ଼ିବା ବନ୍ଦ ହୋଇଯିବ।

୩- ଆପଣ ଯଦି କିଛି କାରଣବଶତଃ ରାତିରେ ଶୋଇ ନାହାନ୍ତି। ଆଉ ଏଥିପାଇଁ ଆପଣଙ୍କର ଆଖି ଲାଲ୍ ହୋଇଯାଇଛି। ଆଖିକୁ ଭଲ କରିବା ପାଇଁ ମଧ୍ୟ ପାନ ପତ୍ରକୁ ବ୍ୟବହାର କରିପାରିବେ। ଆପଣ ପାନ ପତ୍ରକୁ ପାଣିରେ ଫୁଟାଇ ସେହି ପାଣିକୁ ଥଣ୍ଡା ହେଲା ପରେ ଆଖିରେ ଛାଟନ୍ତୁ। ଏମିତି କରିବାରୁ ଆପଣଙ୍କୁ ଆରାମ ମିଳିବ।
୪- ଆପଣଙ୍କ କଣ୍ଠ ଯଦି ମୋଟା ଶୁଣା ଯାଉଛି ତାହାଲେ ଏହି କ୍ଷେତ୍ରରେ ମଧ୍ୟ ଆପଣ ପାନ ଖାଆନ୍ତୁ। ଏହା ଦ୍ୱାରା ଗଳା ସଫା ହେବ। ପାନ ପତ୍ରର ପାଣି ପିଇବା ଦ୍ୱାରା ମଧ୍ୟ ଆପଣଙ୍କ ଗଳା ଜନିତ ହେଉଥିବା ବିଭିନ୍ନ ସମସ୍ୟାକୁ ସମାଧାନ କରିପାରିବେ।

୫, ଅନେକ ଲୋକଙ୍କର ଦାନ୍ତ ମୂଳରୁ ରକ୍ତ ବାହାରିବା ସମସ୍ୟା ରହିଥାଏ। ଏଥିପାଇଁ ଆପଣ ଗରମ ପାଣିରେ ପାନ ପତ୍ର ପକାନ୍ତୁ, କିଛି ସମୟ ପରେ ସେହି ପାଣିରେ କୁଳି କରନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କ ଦାନ୍ତରୁ ରକ୍ତ ବାହାରିବା କମ୍ ହେବ।
୬, କଫ ସମସ୍ୟା ଥିଲେ ପାଣିରେ ଚିନି ଏବଂ ପାନ ପତ୍ର ପକାଇ ଫୁଟାନ୍ତୁ। ଏହି ପାଣିକୁ ପିଇବା ଦ୍ୱାରା କଫ ସମସ୍ୟା ଦୂର ହୋଇଥାଏ।

୭, ଶରୀରରୁ ଦୁର୍ଗନ୍ଧ ଆସୁଥିଲେ ପାନ ପତ୍ରକୁ ଫୁଟାଇ ସେହି ପାଣିକୁ ଦ୍ୱିପ୍ରହରରେ ପିଅନ୍ତୁ। ଶରୀରରୁ ଦୁର୍ଗନ୍ଧ ଆସିବା ବନ୍ଦ ହୋଇଯିବ।
୮, ପାନ ପତ୍ରକୁ ପାଣିରେ ଫୁଟାଇ ସେହି ପାଣିରେ ଗାଧୋଇଲେ ଚର୍ମରେ ହେଉଥିବା କୁଣ୍ଡିଆ ସମସ୍ୟା ମଧ୍ୟ ଦୂର ହୋଇଥାଏ।
from Odisha Reporter http://bit.ly/2QpTWAF
No comments:
Post a Comment