
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଆହୁରି ବର୍ଷିବ ନିଆଁ । ଭୟଙ୍କର ଗ୍ରୀଷ୍ମ ପ୍ରବାହ କଲବଲ କରିବ ଉପାନ୍ତରୁ ଉପକୂଳ ଯାଏ। ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଗ୍ରୀଷ୍ମପ୍ରବାହକୁ ଦେଖି ରାଜ୍ୟର ୯ଟି ଜିଲ୍ଲା ପାଇଁ ହିଟୱେଭ୍ ଆଲର୍ଟ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗିର ଏବଂ ନୂଆପଡ଼ା।
ଆସନ୍ତା ବୁଧବାର ପର୍ଯ୍ୟନ୍ତ ଏସବୁ ଜିଲ୍ଲାରେ ଭୟଙ୍କର ତାତି ସହ ଝାଂଜିମାଡ଼ ହେବାର ଆଶଙ୍କା କରିଛି ପାଣିପାଗ ବିଭାଗ। ଏହାପରେ ତାତିରେ ସାମାନ୍ୟ ପରିବର୍ତ୍ତନ ଆସିପାରେ।
ଗତକାଲି ରାଜ୍ୟର ୯ଟି ସହରରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ଥିଲା। ୪୪ ଦଶମିକ ୬ ଡିଗ୍ରୀ ସହ ତାଳଚେର ଥିଲା ସବୁଠୁ ଅଧିକ ଉତ୍ତପ୍ତ ସହର। ଗତ ପ୍ରାୟ ୨ ସପ୍ତାହରୁ ଅଧିକ ଦିନ ହେଲାଣି ପାରଦ ରେକର୍ଡ କରିବାରେ ଲାଗିଛି। ଫଳରେ ସନ୍ତୁଳି ହେଉଛି ଜନଜୀବନ।
from Odisha Reporter http://bit.ly/2VR3nKo
No comments:
Post a Comment