ଖରା ଦିନେ ବୁଲି ଯିବାକୁ ପ୍ଲାନ କରୁଛନ୍ତି କି ? ଥରେ ଆସନ୍ତୁ ଏହି ୪ଟି  ଜାଗା… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 1, 2019

 ଖରା ଦିନେ ବୁଲି ଯିବାକୁ ପ୍ଲାନ କରୁଛନ୍ତି କି ? ଥରେ ଆସନ୍ତୁ ଏହି ୪ଟି  ଜାଗା…

ଭୁବନେଶ୍ୱର:  ଖରା ଦିନେ ପିଲାଙ୍କ ପରୀକ୍ଷା ପରେ ସ୍କୁଲ ଛୁଟି ହୋଇଯାଇଥିବା ବେଳେ ପାଠ ପଢାର ଟେନ୍‌ସନ ନ ଥାଏ।  ତେଣୁ ବ୍ୟସ୍ତବହୁଳ ଜୀବନରୁ ଟିକେ ଛୁଟି ପାଇ ପ୍ରକୃତି କୋଳରେ କିଛି ଦିନ ବିତାଇବାକୁ ମଣିଷ ଖୋଜେ ଏକ ଭଲ ଡେଷ୍ଟିନେଶନ। ଯେଉଁଠାରେ ଥିବା ସବୁଜ ବନାନୀ, ଝରଣାର କଳ କଳ ନାଦ। ପାହାଡ, ପର୍ବତର ଆକର୍ଷଣୀୟ ଦୃଶ୍ୟ ଆନମନା କରି ଦେଉଥିବ।   ସବୁଠୁ ବଡ଼ କଥା ଏହା ପକେଟକୁ ସୁହାଉଥିବ।

ଖରା ଦିନିଆ ଯାତ୍ରା ପାଇଁ ଆମ ଭାରତରେ ଥିବା ଏପରି ଜାଗା ବିଷୟରେ ଆପଣଙ୍କୁ କହିବୁ , ଯେଉଁଠାରେ ଥରେ ପହଞ୍ଚିଗଲେ ସେଠାକାର ସୌନ୍ଦର୍ଯ୍ୟ ଓ ଶୀତଳ ପବନ ଆପଣଙ୍କ ମନକୁ  ଶାନ୍ତି ପହଞ୍ଚାଇବ। ୧୦ ହଜାରରୁ ବି କମ୍‌ ଖର୍ଚ୍ଚରେ ଆପଣ ପରିବାର ସହ ଏପରି ଜାଗାକୁ ଯାଇ ଭରପୁର ମଜା ଉଠାଇ ପାରିବେ।

ପଞ୍ଚମଢି, ମଧ୍ୟପ୍ରଦେଶ

ଯଦି ଆପଣ ଅସହ୍ୟ ଗରମ ଯୋଗୁ ଅତିଷ୍ଠ ହୋଇ ପଡ଼ିଲେଣି।  ମଧ୍ୟପ୍ରଦେଶର ପଞ୍ଚମଢିରେ ଛୁଟି କାଟିବାର ପ୍ଲାନ କରନ୍ତୁ। ଏଠାରେ ଥିବା ଝରଣାର ଶୀତଳ ସ୍ପର୍ଶ ଥରେ ପାଇଲେ, ଆଉ ଫେରି ଆସିବାକୁ ଇଚ୍ଛା କରିବେ ନାହିଁ। ଏଠାରେ ବୁଲିବାକୁ ଆପଣଙ୍କୁ ବେଶି ଖର୍ଚ୍ଚାନ୍ତ ବି ହେବାକୁ ପଡିବ ନାହିଁ। ଏଠାରେ ଆପଣଙ୍କୁ ଦିନକୁ ହଜାରେ ଟଙ୍କା ହିସାବରେ ଭଲ ହୋଟେଲ ମିଳିଯିବ। ଏଠାରେ ପବ୍ଲିକ ଟ୍ରାନ୍ସପୋର୍ଟରେ ଆରାମରେ ବୁଲି ପାରିବେ। ଆଉ ଖାଇବା ବି କମ୍‌ ଖର୍ଚ୍ଚରେ ହୋଇପାରିବ।

ନୈନିତାଲ

ଦେବଭୂମି ଉତ୍ତରାଖଣ୍ଡରେ ଥିବା ନୈନିତାଲକୁ ଝରଣାର ସହର ବୋଲି କୁହାଯାଏ। ଯଦି ଆପଣ ଅସହ୍ୟ ଗରମରୁ ମୁକ୍ତି ଚାହୁଁଛନ୍ତି, ତେବେ ଏହା ଏକ ସବୁଠୁ ଭଲ ଡେଷ୍ଟିନେଶନ। ଏଠାରେ ରହିବା, ଖାଇବା, ବୁଲିବାକୁ ବେଶି ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ।

ଋଷିକେଶ

ଆପଣ ଦୁଃସାହସପୂର୍ଣ୍ଣ  ଜଳ କ୍ରୀଡା ଖେଳିବାକୁ ଚାହୁଁଛନ୍ତି, ତେବେ ବେଷ୍ଟ ଡେଷ୍ଟିନେଶନ ହେଉଛି ଋଷିକେଶ। ହେଲେ ଏଠାରେ ରହିବା, ଖାଇବା, ବୁଲିବା ଅନ୍ୟ ସହର ତୁଳନାରେ ଟିକେ ଅଧିକ ବ୍ୟୟସାପେକ୍ଷ ହେବ । ଏଠାରେ ଆପଣ ରାଫ୍ଟିଙ୍ଗ, ବଞ୍ଜି ଜଂପିଙ୍ଗ ଓ ଟ୍ରାକିଙ୍ଗର ଭରପୁର ଆନନ୍ଦ ଉଠାଇ ପାରିବେ।

ଶିମଲା

ଖରା ଦିନେ ସମର ଭ୍ୟାକେସନରେ ଯଦି ଆପଣ ଫ୍ୟାମିଲି ସହ କୁଆଡେ ଯିବାକୁ ପ୍ଲାନ କରୁଛନ୍ତି,  ତେବେ ଶିମଲା ଓ କୁଫରୀ ଆପଣଙ୍କ ଲାଗି ବେଷ୍ଟ ଡେଷ୍ଟିନେଶନ ହେବ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ଜାଗାରେ ପହଞ୍ଚିବା ପରେ ଶୀତଳ ପବନ ଆପଣଙ୍କ ଦେହମନକୁ ଶାନ୍ତି ପହଞ୍ଚାଇବ। ଥରେ ଏଠାରେ ପହଞ୍ଚିଲେ ଆପଣ ଆଉ ଫେରିବାକୁ ଇଚ୍ଛା କରିବେ ନାହିଁ। ଏଠାରେ ଆପଣ ୧୦ ହଜାର ଟଙ୍କାରୁ କମ ଖର୍ଚ୍ଚରେ ବି ପ୍ରକୃତିର ଭରପୁର ଆନନ୍ଦ ଉଠାଇ ପାରିବେ।



from Odisha Reporter http://bit.ly/2IQC7tD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages