ରିଲିଜ୍‌ ହେଲା ‘ଭାରତ’ର ‘ଚାଶ୍‌ନୀ’ ଗୀତ, ପୁଣି ଦର୍ଶକ ଦେଖିବେ ସଲ୍‌ମାନ୍‌ ଓ କ୍ୟାଟ୍‌ଙ୍କ ରୋମାନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 1, 2019

ରିଲିଜ୍‌ ହେଲା ‘ଭାରତ’ର ‘ଚାଶ୍‌ନୀ’ ଗୀତ, ପୁଣି ଦର୍ଶକ ଦେଖିବେ ସଲ୍‌ମାନ୍‌ ଓ କ୍ୟାଟ୍‌ଙ୍କ ରୋମାନ୍ସ

ମୁମ୍ବାଇ: ସଲ୍‌ମାନ୍‌ ଖାନ୍‌ଙ୍କ ଚର୍ଚ୍ଚିତ ଫିଲ୍ମ ‘ଭାରତ’ର ନୂଆ ଗୀତ ‘ଚାଶ୍‌ନୀ’ ରିଲିଜ୍‌ ହୋଇଯାଇଛି। ଏହି ନୂଆ ଗୀତରେ ସଲ୍‌ମାନ୍‌ ଖାନ୍‌ ଓ କ୍ୟାଟ୍ରିନା କୈଫ୍‌ଙ୍କ ଅନ୍‌ ସ୍କ୍ରିନ୍‌ ରୋମାନ୍ସ ଦେଖିବାକୁ ମିଳିଛି। ଏହି ଗୀତର ଲିରିକ୍ସ ଲେଖିଛନ୍ତି ଇର୍‌ଶାଦ କାମଲୀ। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି, ଭିଶାଲ୍‌ ଶେଖର। ଗୀତଟିକୁ କଣ୍ଠଦାନ କରିଛନ୍ତି ଅଭିଜିତ୍‌ ଶ୍ରୀ ବାସ୍ତବ।
ଏହି ଗୀତ ଆରମ୍ଭ ହେଉଛି ଏକ ଡାଏଲଗ୍‌ରୁ ଯେଉଁଥିରେ ସଲ୍‌ମାନ୍‌ କହୁଛନ୍ତି… ଭାରତକୁ ମିଳିଗଲା ତାର ପ୍ରଥମ ସୁପରଷ୍ଟାର ରାଜେଶ ଖନ୍ନା। କିନ୍ତୁ ମୁଁ ଥିଲି ଦିଲ୍ଲୀପ୍‌ କୁମାରଙ୍କ ଫ୍ୟାନ୍‌। ଆଉ ମୋତେ ମିଳିଗଲା ସାୟରାବାନୋ।
ଗୀତଟି ରିଲିଜ୍‌ ହେବା ପରେ ସୋଶାଲ୍‌ ମିଡିଆରେ ଖୁବ୍‌ ଭଲ ରେସ୍‌ପନ୍ସ ମିଳୁଛି।
ସଲ୍‌ମାନ୍‌ ଓ କ୍ୟାଟ୍ରିନାଙ୍କ ଯୋଡ଼ିକୁ ଅନେକ ଫିଲ୍ମରେ ଦେଖିବାକୁ ମିଳିଛି। ଏବେ ପୁଣି ଥରେ ସଲ୍‌ମାନ୍‌ ଓ କ୍ୟାଟ୍‌ଙ୍କ ଯାଦୁ ଏହି ଗୀତରେ ଦେଖିବାକୁ ମିଳିବ। ଗୀତରେ ସୁନୀଲ୍‌ ଗ୍ରୋଭରଙ୍କୁ ବି ଅଛନ୍ତି।
ରିପୋର୍ଟ ମୁତାବକ ସୁନୀଲ୍‌ ଗ୍ରୋଭର ଫିଲ୍ମରେ ସଲ୍‌ମାନ୍‌ଙ୍କ ବନ୍ଧୁ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ସଲ୍‌ମାନ୍ଙ୍କୁ ଭିନ୍ନ ଭିନ୍ନ ଲୁକ୍‌ରେ ଦେଖିବାକୁ ମିଳିଛି।
ଏହା ପୂର୍ବରୁ ‘ଭାରତ’ର ‘ସ୍ଲୋ ମୋସନ୍‌’ ଗୀତ ରିଲିଜ୍‌ ହୋଇଥିଲା। ଏହି ଗୀତରେ ପ୍ରଥମ ଥର ଦିଶା ପଟାନୀ ଓ ସଲ୍‌ମାନ୍‌ଙ୍କୁ ଏକାଠି ଦେଖିବାକୁ ମିଳିଛି। ଫିଲ୍ମଟି ଜୁନ୍‌ ୫ରେ ରିଲିଜ୍‌ ହେବ।



from Odisha Reporter http://bit.ly/2Wnr52l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages