‘ଫୋନି’ର ପ୍ରଭାବ, ବଂଶଧାରା ଏବଂ ନାଗାବଳୀ ନଦୀରେ ବନ୍ୟା ଆଶଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 2, 2019

‘ଫୋନି’ର ପ୍ରଭାବ, ବଂଶଧାରା ଏବଂ ନାଗାବଳୀ ନଦୀରେ ବନ୍ୟା ଆଶଙ୍କା

ବିଶାଖାପଟନମ: ପୁରୀରେ ସାମୁଦ୍ରିକ ଝଡ଼ ‘ଫୋନି’ ଲ୍ୟାଣ୍ଡଫଲ୍ କରିବା ପରେ ଏହାର ପ୍ରଭାବ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳରେ ମଧ୍ୟ ଦେଖିବାକୁ ମିଳିଛି। ପ୍ରବଳ ବେଗରେ ପବନ ବହିବା ଫଳରେ ବିଭିନ୍ନ ସ୍ଥାନରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି।

ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ଜିଲ୍ଲାରେ ‘ଫୋନି’ର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ଏବେ ୧୪୦ କିଲୋମିଟର ବେଗରେ ପବନ ବହୁଥିବା ଜଣାପଡ଼ିଛି। ତେବେ କାହାରି ମୃତ୍ୟୁ ହୋଇ ନଥିବା ବେଳେ ୩ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜିଲ୍ଲାପାଳ ଜେ.ନିଭାସ ପ୍ରତିକ୍ରିୟାରେ କହିଛନ୍ତି।

ଶ୍ରୀକାକୁଲମ ଜିଲ୍ଲାର ୧୨୬ଟି ବାତ୍ୟା ଆଶ୍ରୟ ସ୍ଥଳୀକୁ ପାଖାପାଖି ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ପାଣିପାଗ ବିଭାଗ ତରଫରୁ ଶ୍ରୀକାକୁଲମର ୭ଟି ବ୍ଲକକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ଏନଡିଆରଏଫ୍ ଟିମ୍ ନିୟୋଜିତ ରହିଛନ୍ତି।

ଅମରାବତୀରେ ଥିବା ରିଏଲ ଟାଇମ ଗଭର୍ଣ୍ଣାନ୍ସ ସୋସାଇଟିର ରିପୋର୍ଟ ଅନୁଯାୟୀ, ଶ୍ରୀକାକୁଲମ ଜିଲ୍ଲାର କଞ୍ଚିଲ ମଣ୍ଡଳରେ ୧୯ ସେଣ୍ଟିମିଟର ସହ ସର୍ବାଧିକ ବର୍ଷାର ମାତ୍ରା ରେକର୍ଡ କରାଯାଇଛି। ତେବେ ବର୍ଷା ଏଭଳି ଜାରି ରହିଲେ ବଂଶଧାରା ଏବଂ ନାଗାବଳୀ ନଦୀରେ ବନ୍ୟା ଆସିପାରେ ବୋଲି ସମ୍ଭାବନା ରହିଛି। ସେହିପରି ବିଜୟନଗରମ ଏବଂ ବିଶାଖାପାଟନମରେ ମଧ୍ୟ ଗତକାଲି ଠାରୁ ବର୍ଷା ଜାରି ରହିଥିବା ସୂଚନା ରହିଛି।

ରେଳ ଯାତ୍ରାକୁ ସୁରକ୍ଷିତ ରଖିବା ପାଇଁ ବିଶାଖାପଟନମ ଏବଂ ହାଓ୍ୱଡା ମଧ୍ୟରେ ଶୁକ୍ରବାର ଏବଂ ଶନିବାର ମଧ୍ୟରେ ୧୦୦ଟି ଟ୍ରେନକୁ ବାତିଲ କରାଯାଇଛି। ଏଥିସହ ବିଶାଖପାଟନମରୁ ୨୨ଟି ବିମାନର ଉଡ଼ାଣ ବାତିଲ ହୋଇଛି।



from Odisha Reporter http://bit.ly/2vwPlDg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages