ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କ୍ରମାଗତ ପଞ୍ଚମଥର ପାଇଁ ଆସନ୍ତାକାଲି ପୂର୍ବାହ୍ନରେ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବା ପରେ ଅପରାହ୍ନରେ ମନ୍ତ୍ରିମଣ୍ଡଳ ବୈଠକ ଅନୁଷ୍ଠିତ ହେବ।
ସଂସଦୀୟ ବ୍ୟାପାର ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ପ୍ରଦର୍ଶନୀ ପଡ଼ିଆରେ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାରୁ ସିଧାସଳଖ ସଚିବାଳୟ ଆସି ୧୧ଟା ୫୦ମିନିଟରେ ନିଜର ଅଫିସ୍ କରିବେ। ଅପରାହ୍ନ ୪ଟା ୪୫ମିନିଟରେ ନବନିଯୁକ୍ତ ରାଜ୍ୟ ମନ୍ତ୍ରିପରିଷଦର ବୈଠକ ଥିବାବେଳେ ସାଢ଼େ ୫ଟାରେ କ୍ୟାବିନେଟ୍ ବୈଠକ ଅଛି ବୋଲି ଜଣାପଡ଼ିଛି।
from Odisha Reporter http://bit.ly/2XkapZG
No comments:
Post a Comment