ଦୁଷ୍କର୍ମ ଅଭିଯୁକ୍ତ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ମାୟାବତୀଙ୍କ ନିବେଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

ଦୁଷ୍କର୍ମ ଅଭିଯୁକ୍ତ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ମାୟାବତୀଙ୍କ ନିବେଦନ

ମାଉ(ୟୁପି): ଉତ୍ତର ପ୍ରଦେଶର ମାଉ ଜିଲ୍ଲାରେ ଏକ ଅଭିନବ ଉପାୟରେ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର ଚାଲିଛି। ଏଠାରୁ ବିଏସ୍‌ପି ପ୍ରାର୍ଥୀ ହୋଇଥିବା ଅତୁଲ ରାୟଙ୍କ ପାଇଁ ଦଳର ସୁପ୍ରିମୋ ମାୟାବତୀ ଭୋଟ ଭିକ୍ଷା କରିଛନ୍ତି। ଘୋସି ଆସନରୁ ଅତୁଲ ପ୍ରାର୍ଥୀ ହୋଇଥିବା ବେଳେ ମାୟାବତୀ ଓ ଅଖିଲେଶ ଯାଦବ ତାଙ୍କୁ ଜିତାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ତେବେ ଏହି ପ୍ରଚାର ସମୟରେ ଅତୁଲଙ୍କ ଦେଖା ମିଳିନାହିଁ। ସେ ଦୁଇ ସପ୍ତାହ ହେଲାଣି କେଉଁ ଆଡ଼େ ଚାଲିଯାଇଛନ୍ତି। ମେ’ ୧ରେ ଅତୁଲଙ୍କ ବିରୋଧରେ ଏକ ଦୁଷ୍କର୍ମ ଅଭିଯୋଗ ଆସିଥିଲା। ସେବେଠାରୁ ସେ ଫେରାର ଥିବା ବେଳେ ଏହାର ପ୍ରଭାବ କିନ୍ତୁ ତାଙ୍କ ପ୍ରଚାର ଉପରେ ପଡ଼ିନାହିଁ। ଅତୁଲଙ୍କ ସମର୍ଥକମାନେ ପୂର୍ବଭଳି ପ୍ରଚାର କରୁଛନ୍ତି। ତାଙ୍କୁ ବଦନାମ କରିବା ପାଇଁ ମିଥ୍ୟା ଅଭିଯୋଗ ଆସିଥିବା ସେମାନେ କହିଛନ୍ତି।

ଆଜି ମହାଗଠବନ୍ଧନ ପକ୍ଷରୁ ଅତୁଲଙ୍କ ପାଇଁ ମାୟବତୀ ଓ ଅଖିଲେଶଙ୍କ ଯୋଡ଼ି ପ୍ରଚାର କରିଥିଲେ। ସେମାନେ ଅତୁଲଙ୍କୁ ଜିତାଇବା ଦାୟିତ୍ୱ ସାଧାରଣ ଲୋକଙ୍କର ବୋଲି କହିବା ସହ ତାଙ୍କ ପ୍ରଚାରରେ କୌଣସି ଅବହେଳା ଯେମିତି ନ ହୁଏ ସେକଥା ନିଶ୍ଚିତ କରିବାକୁ ମଧ୍ୟ ବୁଆ-ବବୁଆ ଯୋଡ଼ି କ୍ୟାଡରଙ୍କୁ କହିଛନ୍ତି। ମାୟାବତୀ କହିଛନ୍ତି, “ଅତୁଲ ବିଜେପିର ଷଡ଼ଯନ୍ତ୍ରରେ ଫସିଛନ୍ତି। ଏହାକୁ ମିଛ ବୋଲି ପ୍ରମାଣ କରିବା ହେଲେ ଅତୁଲଙ୍କୁ ଜିତାଇବାକୁ ପଡ଼ିବ।”

ବାରାଣସୀ ପୁଲିସ୍‌ ଷ୍ଟେସନ୍‌ରେ ଅତୁଲଙ୍କ ବିରୋଧରେ ଜଣେ କଲେଜ ଛାତ୍ରୀ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଅଭିଯୋଗ ଆସିବାର କିଛି ଘଣ୍ଟା ମଧ୍ୟରେ ଅତୁଲ ପ୍ରଚାର ମଇଦାନରୁ ଫେରାର ହୋଇଯାଇଥିଲେ।



from Odisha Reporter http://bit.ly/2LKofDH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages