ନବଜାତ ପୁଅର ନାଁ ‘ନରେନ୍ଦ୍ର ଦାମୋଦର ଦାସ ମୋଦି’ ରଖିଲେ ମୁସଲିମ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 25, 2019

ନବଜାତ ପୁଅର ନାଁ ‘ନରେନ୍ଦ୍ର ଦାମୋଦର ଦାସ ମୋଦି’ ରଖିଲେ ମୁସଲିମ ମହିଳା

son

ଗୋଣ୍ଡା (ଉତ୍ତର ପ୍ରଦେଶ): ଜଣେ ମୁସ୍‌ଲିମ୍ ମହିଳା ତାଙ୍କ ନବଜାତ ପୁଅର ନାଁ ‘ନରେନ୍ଦ୍ର ଦାମୋଦର ଦାସ ମୋଦି’ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିତ୍ୱ, ତାଙ୍କ ଦକ୍ଷତା ଓ ତାଙ୍କ ନେତୃତ୍ୱାଧୀନ ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟରେ ପ୍ରଭାବିତ ହୋଇ ସେ ଏପରି ନିଷ୍ପତ୍ତି ନେଇଛନ୍ତି।

ଏହି ମହିଳାଙ୍କ ନାଁ ମୈନାଜ୍ ବେଗମ୍। ତାଙ୍କ ଘର ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାର ପାରସପୁର ମହରାଉର ଗାଁରେ। ଯେଉଁ ଦିନ (ମେ’ ୨୩) ସାଧାରଣ ନିର୍ବାଚନର ଫଳାଫଳ ବାହାରିଲା, ସେହିଦିନ ସେ ଏକ ପୁତ୍ର ସନ୍ତାନ ପ୍ରସବ କରିଥିଲେ। ପୁଅର ନାଁ କ’ଣ ରଖାଯିବ- ସେ ନେଇ ପରିବାର ଭିତରେ ଆଲୋଚନା ଚାଲିଥିବା ବେଳେ ମୈନାଜ୍‌ କହିଥିଲେ, ‘ନରେନ୍ଦ୍ର ଦାମୋଦର ଦାସ ମୋଦି’ ଦିଆଯାଉ।

ପ୍ରଥମେ ପରିବାରର ସମସ୍ତ ସଦସ୍ୟ ତାଙ୍କର ଏହି ପ୍ରସ୍ତାବକୁ ବିରୋଧ କରିଥିଲେ। ପୁଣି ଥରେ ଚିନ୍ତା କରିବାକୁ ସେମାନେ ମୈନାଜଙ୍କୁ କହିଥିଲେ। ତେବେ ସେ ତାଙ୍କ ଜିଦ୍‌ରେ ଅଟଳ ରହିଥିଲେ। ଏହା ପରେ ଦୁବାଇରେ ରହୁଥିବା ମୈନାଜ୍‌ଙ୍କ ସ୍ୱାମୀ ମୁସ୍ତାକ ଅହମଦଙ୍କ ସହ ପରିବାର ଲୋକେ ଯୋଗାଯୋଗ କରିଥିଲେ। ପ୍ରଥମେ ମୈନାଜ୍‌ଙ୍କ ସ୍ୱାମୀ ମଧ୍ୟ ତାଙ୍କ ପ୍ରସ୍ତାବରେ ଏକମତ ନଥିଲେ। ସେ ନିଷ୍ପତ୍ତି ବଦଳାଇବାକୁ ତାଙ୍କୁ ବହୁତ ବୁଝାଇଥିଲେ।  ତେବେ ମୈନାଜ୍‌ଙ୍କ ଜିଦ୍ ଆଗରେ ସେ ବି ହାର୍ ମାନିଥିଲେ।

ମୈନାଜ୍‌ଙ୍କ ଶ୍ୱଶୁର କହିଛନ୍ତି- ନାତିର ନାଁ ‘ନରେନ୍ଦ୍ର ଦାମୋଦର ଦାସ ମୋଦି’ ରଖିବାକୁ ଏକ ସତ୍ୟପାଠ ଦାଖଲ କରାଯାଇଛି। ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଆସିଷ୍ଟାଣ୍ଟ ଡେଭେଲପ୍‌ମେଣ୍ଟ୍ ଅଫିସର (ଏଡିଓ)ଙ୍କ ନିକଟରେ ଏହି ସତ୍ୟପାଠ ଦାଖଲ କରାଯାଇଛି।

ଏନେଇ ଏଡିଓ କହିଛନ୍ତି, ଶୁକ୍ରବାର ଦିନ ଏମିତି ଏକ ସତ୍ୟପାଠ ଆସିଛି। ଏହାକୁ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ କରୁଥିବା ଗ୍ରାମ ପଞ୍ଚାୟତ ସେକ୍ରେଟେରୀଙ୍କ ପାଖକୁ ପଠାଇ ଦିଆଯାଇଛି। ଆଇନ ଅନୁସାରେ ପଦକ୍ଷେପ ନିଆଯିବ।

ଏହି ସତ୍ୟପାଠରେ ମୈନାଜ୍‌ ବେଗମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ସରକାରଙ୍କ ଯୋଜନାଗୁଡ଼ିକୁ ବେଶ୍ ପ୍ରଶଂସା କରିଛନ୍ତି। ମାଗଣା ଗ୍ୟାସ୍ ସଂଯୋଗ ସହିତ ଶୌଚାଳୟ ନିର୍ମାଣ ନେଇ ତାଙ୍କ ସରକାର ଗରିବ ଲୋକଙ୍କୁ  ଆର୍ଥିକ ସହାୟତା ଦେଉଥିବାରୁ ସେ ଏହାକୁ ପ୍ରଶଂସା କରିଛନ୍ତି। ଟ୍ରିପଲ୍ ତଲାକ୍ ବ୍ୟବସ୍ଥାକୁ ବନ୍ଦ କରିବାକୁ ମୋଦିଙ୍କ ଉଦ୍ୟମକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି।

ମୈନାଜ୍‌ ଆଶା ରଖିଛନ୍ତି ଯେ, ତାଙ୍କ ପୁଅ ମୋଦିଙ୍କ ଭଳି ସଫଳ ହେବ ଓ ଭଲ କାମ କରିବ।



from Odisha Reporter http://bit.ly/2HDCPbZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages