ସୁରତ ଟ୍ରାଜେଡି, ପରୀକ୍ଷା ଫଳ ବାହାରିବା ବେଳକୁ ଲିଭିଯାଇଛି ଜୀବନ ଦୀପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 25, 2019

ସୁରତ ଟ୍ରାଜେଡି, ପରୀକ୍ଷା ଫଳ ବାହାରିବା ବେଳକୁ ଲିଭିଯାଇଛି ଜୀବନ ଦୀପ

ଅହମଦାବାଦ: ୨୩ ଜଣଙ୍କ ଜୀବନ ନେଇ ସାରିଥିବା ସୁରତର ତକ୍ଷଶୀଳା କୋଚିଂ ସେଣ୍ଟର ଘଟଣାର ତଦନ୍ତ ଚାଲିଛି। ହେଲେ ଏହାରି ଭିତରେ ଗତକାଲି ଗୁଜରାଟ ବୋର୍ଡର ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇଛି। ହେଲେ ପରୀକ୍ଷାଫଳ ପ୍ରକାଶ ପାଇଲା ବେଳକୁ ସୁରତ କୋଚିଂ ସେଣ୍ଟରର ମୃତକଙ୍କ ମଧ୍ୟରେ ଥିବା ତିନି ଛାତ୍ରଛାତ୍ରୀଙ୍କ ଜୀବନ ଦୀପ ଲିଭିଯାଇଛି। ମୃତ ତିନି ଜଣ ଯାକ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଭଲ ମାର୍କ ରଖି ପାସ୍ କରିଥିବା ଜଣାପଡ଼ିଛି। ମୃତ ତିନି ଦ୍ୱାଦଶ ଶ୍ରେଣୀର ଛାତ୍ରୀ ହେଲେ ୟଶ କେଭଦିୟ, ମାନସୀ ବର୍ଶାନୀ ଏବଂ ହସ୍ତି ସୁରନୀ।

ୟଶଭି ୬୭.୭୫ ପ୍ରତିଶତ ସହ (ସି ଓ୍ୱାନ ଗ୍ରେଡ୍), ମାନସୀ ୫୨.୦୩ ପ୍ରତିଶତ ସହ (ସି ଓ୍ୱାନ ଗ୍ରେଡ୍) ଏବଂ ହସ୍ତି ୬୯.୩୯ ପ୍ରତିଶତ (ବି ଟୁ ଗ୍ରେଡ୍) ରଖିଥିବା ସୁରତ ପୁଲିସର ମୁଖପାତ୍ର ପି.ଏଲ ଚୌଧୁରୀ କହିଛନ୍ତି।

କୋଚିଂ ସେଣ୍ଟରରେ ନିଆଁ ଲାଗିବା ଫଳରେ ୨୩ ଜଣ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଛି। ଯେଉଁଥିରେ ୧୬ ଜଣ ଝିଅ ରହିଥିବା ଜଣାପଡ଼ିଛି।

ସବୁଠାରୁ କମ୍ ବୟସ୍କ ୧୫ ବର୍ଷର ଇଶା କକଦିୟରଙ୍କ ମୃତ୍ୟୁ ହୋଇଥିବା ବେଳେ ସବୁଠାରୁ ଅଧିକ ବୟସ ୨୨ ବର୍ଷର ଗ୍ରିଶମା ଗଜେରାଙ୍କ ମୃତ୍ୟୁ ହୋଇଛି। ଆହତ ଏବଂ ମୃତକଙ୍କ ମଧ୍ୟରେ ଅଧିକାଂଶ ପିଲାଙ୍କ ବୟସ ୧୭ରୁ ୧୮ ବର୍ଷ ଭିତରେ ବୋଲି ଜଣାପଡ଼ିଛି।

ଏହି ଘଟଣାରେ କୋଚିଂ ସେଣ୍ଟର ମାଲିକ ଭାର୍ଗବ ଭୁଟାନୀ ଓ ବିଲ୍ଡିଂ ମାଲିକ ଗିରଫ ହୋଇସାରିଛନ୍ତି। ଏବଂ ବିଲ୍ଡିଂଟି ଫାୟାର ସେଫଟି ସାର୍ଟିଫିକେଟ ନ ପାଇଥିବାରୁ ଦୁଇ ଅଗ୍ନିଶମ ଅଧିକାରୀ ନିଲମ୍ୱିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଏବେ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଏବଂ କୋଚିଂ ସେଣ୍ଟରର ଫାୟାର ସେଫଟି ବାବଦରେ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।



from Odisha Reporter http://bit.ly/30FRjj3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages