ଏଇ ବିଜେଡି ବିଧାୟକମାନେ ହେବେ ମନ୍ତ୍ରୀ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

ଏଇ ବିଜେଡି ବିଧାୟକମାନେ ହେବେ ମନ୍ତ୍ରୀ!

ଭୁବନେଶ୍ଵର (ଓଡ଼ିଶା ରିପୋର୍ଟର): ନବୀନଙ୍କ ମନ୍ତ୍ରିମଣ୍ଡଳରେ କିଏ ହେବେ ମନ୍ତ୍ରୀ? ଏହାକୁ ନେଇ ନାନା ଚର୍ଚ୍ଚା ଚାଲିଥିବା ବେଳେ ଆଜି ନବୀନ ନିବାସରୁ ଜଣଙ୍କ ପରେ ଜଣେ ବିଧାୟକଙ୍କ ପାଖକୁ ଫୋନ୍ କଲ୍‌ ଯାଉଥିବା ସୂଚନା ମିଳିଛି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ- ଭଟଲି ବିଧାୟକ ସୁଶାନ୍ତ ସିଂ, ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ, ଭୁବନେଶ୍ୱର ଏକାମ୍ର ବିଧାୟକ ଅଶୋକ ପଣ୍ଡା, ଝାରସୁଗୁଡ଼ା ବିଧାୟକ ନବ ଦାସ, ମାହାଙ୍ଗା ବିଧାୟକ ପ୍ରତାପ ଜେନା, ନିମାପଡ଼ା ବିଧାୟକ ସମୀର ଦାଶ, ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିକ୍ରମ କେଶରୀ ଆରୁଖ, ଦିବ୍ୟଶଙ୍କର ମିଶ୍ର, ଜଗନ୍ନାଥ ସାରକା, ନିରଞ୍ଜନ ପୂଜାରୀ ମନ୍ତ୍ରୀ ହୋଇପାରନ୍ତି। ଏମାନଙ୍କ ପାଖକୁ ନବୀନ ନିବାସରୁ ଫୋନ୍‌ କଲ୍‌ ଯାଇଛି। ତେବେ କାଲି ସ୍ପଷ୍ଟ ହେବ କିଏ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି।

 



from Odisha Reporter http://bit.ly/2XbsE3E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages