ଶପଥ ଗ୍ରହଣ ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ନବୀନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

ଶପଥ ଗ୍ରହଣ ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ହେବ ଶପଥ ଗ୍ରହଣ ଉତ୍ସବ। ପଞ୍ଚମ ପାଳି ଆରମ୍ଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ତାଙ୍କ ଟିମ୍‌। ତା’ପୂର୍ବରୁ ଆଜି ନବୀନ ପୁରୀ ଯାଇ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ସେପଟେ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟମନ୍ତ୍ରୀ ଓ ନୂଆ ମନ୍ତ୍ରୀମାନଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇବେ।

ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ୭ ହଜାର ନିମନ୍ତ୍ରିତ ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଯାହାଙ୍କ ମଧ୍ୟରେ ଅଛନ୍ତି ସମସ୍ତ ନିର୍ବାଚିତ ବିଧାୟକ ଓ ସାଂସଦଙ୍କ ସମେତ ସବୁ ଦଳର ନେତା, ମେକ୍ ଇନ୍ ଓଡ଼ିଶାକୁ ଆସିଥିବା ଅନେକ ଶିଳ୍ପପତି ଓ ବିଭିନ୍ନ ସାମାଜିକ ସଙ୍ଗଠନର କର୍ମକର୍ତ୍ତା ରହିଛନ୍ତି।

ଆସନ୍ତାକାଲି ଦିନ ଠିକ ସାଢ଼େ ୧୦ଟାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ପ୍ରଥମ ଥର ଲାଗି ରାଜଭବନ ବାହାରେ ଉତ୍ସବ ଆୟୋଜନ ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କଡ଼ା ସୁରକ୍ଷା ବଳୟରେ ରହିବ ସମଗ୍ର ପ୍ରଦର୍ଶନୀ ପଡ଼ିଆ। ମୁତୟନ ହେବେ ୩୦ ଫ୍ଲାଟୁନ ଫୋର୍ସ। ଅତିଥିମାନଙ୍କ ପ୍ରବେଶ ପାଇଁ କରାଯାଇଛି ୫ଟି ପ୍ରବେଶ ପଥ।

ସେହିପରି ଶପଥ ଗ୍ରହଣ ହେବାକୁ ଥିବା ମଞ୍ଚର ୧୦୦ ଫୁଟ୍ ଯାଏଁ CCTV କଭରେଜ୍ ବ୍ୟବସ୍ଥା ହୋଇଛି। ଶପଥଗ୍ରହଣ ଉତ୍ସବକୁ ଆସିବାକୁ ଥିବା ଅତିଥିଙ୍କ ପାଇଁ ତିନିଟି ପାର୍କିଂ ପ୍ଲେସ୍ କରାଯାଇଛି। ସ୍ୱତନ୍ତ୍ର ଟ୍ରାଫିକ ଆଡଭାଇଜରି ଜାରି କରାଯାଇ ମଧୁସୂଦନ ମାର୍ଗରେ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି। ଉତ୍ସବ ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ କମିଶନର ସତ୍ୟଜିତ୍ ମହାନ୍ତି।



from Odisha Reporter http://bit.ly/2JIl3pY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages