ଅଷ୍ଟ୍ରେଲିଆଠାରୁ ହାରିଲା ଭାରତୀୟ ପୁରୁଷ ହକି ଟିମ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

ଅଷ୍ଟ୍ରେଲିଆଠାରୁ ହାରିଲା ଭାରତୀୟ ପୁରୁଷ ହକି ଟିମ୍

ପର୍ଥ: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ହକି ଟିମର ଅପରାଜେୟ ଧାରା ଭାଙ୍ଗିଛି। ବୁଧବାର ଭାରତୀୟ ହକି ଟିମ୍ ଅଷ୍ଟ୍ରେଲିଆ ସିନିୟର ଟିମ୍ ବିପକ୍ଷରେ ନୈରାଶ୍ୟଜନକ ପ୍ରଦର୍ଶନ କରି ୦-୪ ଗୋଲରେ ପରାସ୍ତ ହୋଇଛି। ଏହା ପୂର୍ବରୁ ଭାରତ ପ୍ରଥମ ତିନୋଟି ମ୍ୟାଚରେ ଅପରାଜେୟ ରହିଥିଲା।

ପ୍ରଥମ ମ୍ୟାଚରେ ଭାରତ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଥଣ୍ଡରଷ୍ଟିକ୍ସକୁ ଏବଂ ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ-ଏ’କୁ ହରାଇଥିଲା। ତୃତୀୟ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆ-ଏ ସହ ମ୍ୟାଚ୍ ଡ୍ର’ କରିଥିଲା। କିନ୍ତୁ ଆଜି ଅଷ୍ଟ୍ରେଲିଆର ସିନିୟର ଟିମର ଆକ୍ରମଣ ଆଗରେ ଭାରତୀୟ ଟିମ୍ ଆତ୍ମସମର୍ପଣ କରିଛି।

ମ୍ୟାଚ୍ ଆରମ୍ଭରୁ ଅଷ୍ଟ୍ରେଲିଆ ଆକ୍ରମଣ କରିଥିଲା। ପ୍ରଥମ କ୍ୱାର୍ଟରର ଅନ୍ତିମ ତଥା ମ୍ୟାଚର ୧୫ତମ ମିନିଟରେ ବ୍ଲାକ୍ ଗୋଭର୍ସ ଗୋଟିଏ ଗୋଲ୍ ଦେଇ ଅଷ୍ଟ୍ରେଲିଆକୁ ୧-୦ରେ ଆଗୁଆ କରାଇଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଜେରେମି ହେୱାର୍ଡ (୨୦ତମ ମିନିଟ୍) ଅଷ୍ଟ୍ରେଲିଆ ପକ୍ଷରୁ ଦ୍ୱିତୀୟ ଗୋଲ୍ ସ୍କୋର କରିଥିଲେ। ଏଥିସହ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଘରୋଇ ଟିମ୍ ୨-୦ରେ ଆଗୁଆ ରହିଥିଲା।

ତୃତୀୟ କ୍ୱାର୍ଟରରେ ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଭାରତ ଏହି କ୍ୱାର୍ଟରରେ କିଛି ସୁଯୋଗ ସୃଷ୍ଟି କରିଥିଲେ ହେଁ, ଗୋଲ୍ ଦେବାକୁ ସକ୍ଷମ ହୋଇନଥିଲା। ଫଳରେ ଏହି କ୍ୱାର୍ଟର୍ ବିନା ଗୋଲରେ ଶେଷ ହୋଇଥିଲା । ଚତୁର୍ଥ କ୍ୱାର୍ଟରର ପ୍ରଥମ ୧୩ ମିନିଟ୍ ଗୋଲଶୂନ୍ୟ ରହିଥିଲା।

କିନ୍ତୁ ଅନ୍ତିମ ଦୁଇ ମିନିଟରେ ଲଗାତାର ଗୋଲ୍ ଦେଇ ଅଷ୍ଟ୍ରେଲିଆ ମ୍ୟାଚକୁ ଏକତରଫା ଭାବେ ଜିତି ନେଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ୫୯ତମ ମିନିଟରେ ହେୱାର୍ଡ ଓ ୬୦ତମ ମିନିଟରେ ଗୋଭର୍ସ ଗୋଲ୍ ଦେଇଥିଲେ। ଶୁକ୍ରବାର ଚଳିତ ଗସ୍ତରେ ଭାରତ ତା’ର ପଞ୍ଚମ ତଥା ଅନ୍ତିମ ମୁକାବିଲା ପୁଣିଥରେ ଅଷ୍ଟ୍ରେଲିଆକୁ ଭେଟିବ।



from Odisha Reporter http://bit.ly/2vWSSec

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages