ଇଗୋର୍ ଷ୍ଟିମାକ୍ ଭାରତୀୟ ଫୁଟବଲ୍ ଟିମ୍‌ର ନୂଆ କୋଚ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

ଇଗୋର୍ ଷ୍ଟିମାକ୍ ଭାରତୀୟ ଫୁଟବଲ୍ ଟିମ୍‌ର ନୂଆ କୋଚ୍

ନୂଆଦିଲ୍ଲୀ: କ୍ରୋଏସିଆର ବିଶ୍ୱକପ୍ ଖେଳାଳି ଇଗୋର ଷ୍ଟିମାକଙ୍କୁ ଦୁଇବର୍ଷ ପାଇଁ ଭାରତୀୟ ଫୁଟବଲ ଟିମର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରାଯାଇଛି। ଜାନୁଆରୀରେ ଆୟୋଜିତ ଏଏଫସି ଏସିଆନ୍ କପ୍ ପରେ ଷ୍ଟିଫେନ୍ କନଷ୍ଟାଣ୍ଟାଇନଙ୍କ ଯିବା ପରଠାରୁ ଭାରତୀୟ ଟିମ୍ ବିନା କୋଚରେ ଖେଳିଆସୁଥିଲା। କିନ୍ତୁ ଏବେ ଏହି ଖାଲି ସ୍ଥାନ ପୂରଣ ହୋଇଛ । ଏଆଇଏଫଏଫର କାର୍ଯ୍ୟକାରୀ କମିଟି ସର୍ବସମ୍ମତିକ୍ରମେ ଷ୍ଟିମାକଙ୍କୁ ନିଯୁକ୍ତି କରିଛି।

ଏ ନେଇ ଟେକ୍ନିକାଲ୍ କମିଟିର ମୁଖ୍ୟ ଶ୍ୟାମ ଥାପ୍ପା କହିଛନ୍ତି, “କମିଟିର ସବୁ ସଦସ୍ୟ ଏବଂ ଏଆଇଏଫଏଫର ଟେକ୍ନିକାଲ୍ ନିର୍ଦ୍ଦେଶକ ଇମାସ ଦୋରୁ ଷ୍ଟିମାକଙ୍କ କାର୍ଯ୍ୟରେ ବହୁତ ପ୍ରଭାବିତ ଥିଲେ। ତାଙ୍କ ପାଖରେ ବିଶ୍ୱକପ୍ ଖେଳିବାର ଅଭିଜ୍ଞତା ରହିଛି ଏବଂ କୋଚ୍ ଭାବେ କ୍ରୋଏସିଆକୁ ବିଶ୍ୱକପ୍ ପର୍ଯ୍ୟନ୍ତ ନେଇଥିଲେ। ତେବେ ସବୁଠାରୁ ବଡ଼ କଥା ହେଉଛି, ସେ ଭାରତୀୟ ଫୁଟବଲର ଗଭୀରତାକୁ ଜାଣିଛନ୍ତି।”

ସେହିପରି ଏଆଇଏଫଏଫର ଅଧ୍ୟକ୍ଷ ପ୍ରଫୁଲ୍ଲ ପଟେଲ କହିଛନ୍ତି, “ଷ୍ଟିମାକ୍ ଭାରତୀୟ ଫୁଟବଲ ଟିମ୍ ପାଇଁ ସର୍ବଶ୍ରେଷ୍ଠ ବିକଳ୍ପ। ଅଧ୍ୟକ୍ଷ ଭାବେ ମୁଁ ତାଙ୍କୁ ସ୍ୱାଗତ କରୁଛି। ତାଙ୍କ ମାର୍ଗଦର୍ଶନରେ ଭାରତୀୟ ଫୁଟବଲ ନୂଆ ଶିଖର ଛୁଇଁବ ବୋଲି ମୋର ବିଶ୍ୱାସ।” ତାଙ୍କ ତତ୍ତ୍ୱାବଧାନରେ ଭାରତୀୟ ଟିମ୍ ଜୁନ୍ ୫ ତାରିଖରେ ଥାଇଲ୍ୟାଣ୍ଡ୍ ବିପକ୍ଷ ପ୍ରଥମ ମ୍ୟାଚ୍ ଖେଳିବ।

୫୧ ବର୍ଷୀୟ ଷ୍ଟିମାକ୍ ୧୯୯୮ ବିଶ୍ୱକପରେ ତୃତୀୟ ସ୍ଥାନ ହାସଲ କରିଥିବା କ୍ରୋଏସିଆ ଟିମର ସଦସ୍ୟ ଥିଲେ। ତାଙ୍କ ପାଖରେ କୋଚିଂ, ଫୁଟବଲର ବିକାଶ ଓ ଖେଳାଳିମାନଙ୍କୁ ପ୍ରସ୍ତୁତ କରିବାର ୧୮ ବର୍ଷର ଅଭିଜ୍ଞତା ରହିଛି। କୋଚ୍ ଭାବେ ସେ କ୍ରୋଏସିଆକୁ ୨୦୧୪ ଫିଫା ବିଶ୍ୱକପ୍ ପାଇଁ କ୍ୱାଲିଫାଏ କରାଇଥିଲେ।

ତାଙ୍କ କାର୍ଯ୍ୟକାଳରେ କ୍ରୋଏସିଆ ଟିମରେ ମାଟିଓ କୋଭାକିକ୍, ଆଣ୍ଟେ ରେବିକ୍, ଆଲେନ୍ ହାଲିଲୋଭିକ୍ ଓ ଇଭାନ୍ ପେରିସିକଙ୍କ ଭଳି ଷ୍ଟାର୍ ଖେଳାଳି ଥିଲେ। ସେ ଡାରିଓ ସରନା, ଡାନିଏଲ ସୁବାସିକ୍, ଇଭାନ୍ ଷ୍ଟ୍ରିନିକ୍, କୋଭାକିକ୍, ପେରିସିକ ଓ ଅନ୍ୟ ଖେଳାଳିଙ୍କୁ ଫୁଟବଲକୁ ଆଣିଥିଲେ। କ୍ରୋଏସିଆ ପକ୍ଷରୁ ୫୩ ମ୍ୟାଚ୍ ଖେଳିଥିବା ଷ୍ଟିମାକ୍ ୧୯୯୬ ୟୁରୋ କପରେ କ୍ରୋଏସିଆ ଟିମର ସଦସ୍ୟ ଥିଲେ।



from Odisha Reporter http://bit.ly/2Q3pGLU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages