ଜନମତକୁ ମୁଣ୍ଡପାତି ସ୍ୱୀକାର କରୁଛି: ଧର୍ମେନ୍ଦ୍ର ପ୍ରଧାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 24, 2019

ଜନମତକୁ ମୁଣ୍ଡପାତି ସ୍ୱୀକାର କରୁଛି: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ନିର୍ବାଚନରେ ଓଡ଼ିଶାର ଜନସାଧାରଣ ବିଜେପିକୁ ବଡ଼ ରାଜନୈତିକ ସମୂହ ଭାବେ ସ୍ୱୀକୃତି ଦେଇଛନ୍ତି। ଯେଉଁଥିପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇବା ସହିତ ‘ଜନମତ ଓ ଓଡ଼ିଶାବାସୀ ନିଷ୍ପତ୍ତିକୁ ମୁଣ୍ଡପାତି ସ୍ୱୀକାର’ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସୋଶାଲ୍‌ ମିଡିଆରେ ଏକ ପୋଷ୍ଟରେ ସେ କହିଛନ୍ତି, “୨୦୧୪ ମସିହା ତୁଳନାରେ ୨୦୧୯ ମସିହାରେ ଓଡ଼ିଶାବାସୀ ବିଜେପିକୁ ଅଭୂତପୂର୍ବ ସମର୍ଥନ ଦେଇଛନ୍ତି। ଗତ ୨୦୧୪ ନିର୍ବାଚନରେ ବିଜେପିରୁ ଓଡ଼ିଶାରୁ ଜଣେ ସାଂସଦ ନିର୍ବାଚିତ ହୋଇଥିବା ବେଳେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଓଡ଼ିଶାବାସୀ ୮ ଜଣ ସାଂସଦ ପଠାଇଛନ୍ତି। ପାଖାପାଖି ୧ କୋଟି ଲୋକ ବିଜେପିକୁ ସମର୍ଥନ ଦେଇଛନ୍ତି।”

ସେ ଆହୁରି କହିଛନ୍ତି,“ନବୀନ ପଟ୍ଟନାୟକଙ୍କୁ ପଞ୍ଚମ ଥର ପାଇଁ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ କରିବାକୁ ଓଡ଼ିଶାବାସୀ ଆସ୍ଥା ସ୍ଥାପନ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛି।”

ଧର୍ମେନ୍ଦ୍ର ଆହୁରି କହିଛନ୍ତି-“ବିଜେପିକୁ ୨୩ଟି ଆସନ ମିଳିଛି। ଆଶାନୁରୂପ ବିଧାନସଭା ଆସନ ଦଳକୁ ମିଳିନାହିଁ। ଖେଳୁଆଡ଼ ମନୋବୃତ୍ତି ନେଇ ଆମେ ଏହାକୁ ସ୍ୱୀକାର କରୁଛୁ। ଓଡ଼ିଶା ଲୋକମାନେ ତାଙ୍କର ଦାୟିତ୍ୱ ପୂରା କରିଛନ୍ତି। ଏବେ ସରକାରମାନେ ସେମାନଙ୍କର ଦାୟିତ୍ୱ ପୂରା କରିବାର ବେଳ ଆସିଛି।”



from Odisha Reporter http://bit.ly/2K0Wa8E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages