ପୂର୍ବତନ ବୈଦେଶିକ ସଚିବ ଏସ୍‌ ଜୟଶଙ୍କର ମନ୍ତ୍ରୀ ହେବେ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

ପୂର୍ବତନ ବୈଦେଶିକ ସଚିବ ଏସ୍‌ ଜୟଶଙ୍କର ମନ୍ତ୍ରୀ ହେବେ!

ନୂଆଦିଲ୍ଲୀ: ସର୍ବଦା ସମସ୍ତଙ୍କୁ ଚକମା ଦେଉଥିବା ମୋଦି-ଶାହ ଯୋଡ଼ି ଆଜି ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ମୋଦି ସରକାର-୧ରେ ବୈଦେଶିକ ସଚିବ ଥିବା ଏସ୍‌ ଜୟଙ୍କରଙ୍କୁ ମୋଦି-୨ ସରକାରରେ ମନ୍ତ୍ରୀ ପଦ ମିଳିବ ବୋଲି ଚର୍ଚ୍ଚା ଜୋର ଧରିଛି। ଆଜି ୪.୩୦ ପରେ ପ୍ରଧାନମନ୍ତ୍ରୀ ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ ସ୍ଥାନ ପାଇବାକୁ ଥିବା ସଦସ୍ୟମାନଙ୍କ ସହ ‘ଚାଏ ପେ ଚର୍ଚ୍ଚା’ କରିଛନ୍ତି।

୭ ଲୋକ କଲ୍ୟାଣ ମାର୍ଗରେ ଥିବା ହଠାତ ଡାକରା ପାଇ ମୋଦିଙ୍କ ବାସଭବନରେ ଏସ୍‌ ଜୟଶଙ୍କର ପହଞ୍ଚିଥିଲେ। ତା’ ପରେ ଜୟଶଙ୍କରଙ୍କୁ ରାଜ୍ୟସଭାକୁ ମନୋନୀତ କରି ମୋଦି ସରକାର ମନ୍ତ୍ରୀ ପଦ ଦେବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି।

ଜୟଶଙ୍କର ୨୦୧୫ରୁ ୨୦୧୮ ଯାଏ ଭାରତର ବୈଦେଶିକ ସଚିବ ଭାବେ କାର୍ଯ୍ୟ କରିଥିଲେ। ସେ ୧୯୭୭ରେ ଆଇଏଫଏସରେ ଯୋଗଦେଇଥିଲେ। ସେ ଭାରତର ବୈଦେଶିକ ସଚିବ ହେବା ପୂର୍ବରୁ ଆମେରିକା, ଚାଇନା, ଚେକ୍‌ ଗଣରାଜ୍ୟରେ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଛନ୍ତି। ସେହିପରି ସିଙ୍ଗାପୁରରେ ଭାରତୀୟ ହାଇକମିଶନର ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ମଧ୍ୟ ତାଙ୍କ ପାଖରେ ରହିଛି। ମୋଦି ସରକାର ତାଙ୍କୁ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ କରିପାରନ୍ତି ବୋଲି କୁହାଯାଉଛି।



from Odisha Reporter http://bit.ly/2XehZFx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages