ନୂଆଦିଲ୍ଲୀ: ସାରଦା ଚିଟଫଣ୍ଡ ଘୋଟାଲାରେ ଫସିଥିବା ପୂର୍ବତନ କ୍ୟାଲକାଟା ପୁଲିସ୍ ମୁଖ୍ୟ ତଥା ସିଆଇଡି ଏଡିଜିଙ୍କ ମୁଣ୍ଡ ଉପରେ ଏବେ ଖଣ୍ଡା ଝୁଲୁଛି। ତାଙ୍କୁ ସିବିଆଇ କୌଣସି ବି ମୁହୂର୍ତ୍ତରେ ଗିରଫ କରିପାରେ। ତେବେ ଏଭଳି ଗିରଫଦାରୀରୁ ବର୍ତ୍ତିବା ପାଇଁ ଆଜି ରାଜୀବ କୁମାର କ୍ୟାଲକାଟା ହାଇକୋର୍ଟରେ ଆବେଦନ କରିଛନ୍ତି। ସିବିଆଇ ଗିରଫଦାରୀ କରିବାକୁ ଯେଉଁ ଉଦ୍ୟମ କରୁଛି, ତା’ ଉପରେ ରୋକ ଲଗାଇବା ପାଇଁ ସେ କୋର୍ଟଙ୍କୁ ନିବେଦନ କରିଛନ୍ତି।
ସାରଦା ଚିଟ୍ଫଣ୍ଡ ଘଟଣାର ତଦନ୍ତ କରୁଥିବା ବେଳେ ୧୯୮୯ ବ୍ୟାଚ୍ର ଆଇପିଏସ୍ ରାଜୀବ କୁମାର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ସିବିଆଇ ତାଙ୍କୁ ନିଜ ହେଫାଜତକୁ ନେଇ ଜେରା କରିବାକୁ ଚାହୁଁଛି। ମଙ୍ଗଳବାର ତାଙ୍କୁ ସିବିଆଇ ନିକଟରେ ହାଜର ହେବାକୁ ସମନ କରାଯାଇଥିଲା। କିନ୍ତୁ ସେ ହାଜର ହୋଇ ନଥିଲେ। ଫଳରେ ସିବିଆଇ ରାଜୀବ କୁମାରଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିଛି।
from Odisha Reporter http://bit.ly/2W422A1
No comments:
Post a Comment