
ପାଟନା: ବିଜେପିର ବରିଷ୍ଠ ନେତା ଗିରିରାଜ ସିଂହ ଓ ସିପିଆଇ କହ୍ନେୟା କୁମାରଙ୍କ ସମର୍ଥକଙ୍କ ମଧ୍ୟରେ ତୀବ୍ର ମାରପିଟ୍ ହୋଇଛି। ଉଭୟ ବିହାରର ବେଗୁସରାଇ ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଆଜି ଭୋଟ୍ ଗଣତି ବେଳେ ଟ୍ରେଣ୍ଡ ଅନୁଯାୟୀ ଗିରିରାଜ ସିଂହ ପ୍ରତିପକ୍ଷ କହ୍ନେୟା କୁମାରଙ୍କ ଠାରୁ ୩୦ ହଜାର ଭୋଟ୍ରେ ଆଗରେ ରହିଥିଲେ।
ଏହି ଟ୍ରେଣ୍ଡ ଆଧାରରେ ଗିରିରାଜ ଜିତିବେ ବୋଲି ଆଶା କରି ତାଙ୍କ ସମର୍ଥକମାନେ କେହ୍ନେୟା କୁମାରଙ୍କ ଅଫିସ ପାଖରେ ପହଞ୍ଚି ବାଣ ଫୁଟାଇ ଉତ୍ସବ ମନାଇଥିଲେ। ଗିରିରାଜ ସିଂହଙ୍କ ୨ ଜଣ ସମର୍ଥକ ବେଗୁସରାଇର ପଟେଲ ଚୌକ ଠାରେ ବାଣ ଫୁଟାଇବାକୁ ଉଦ୍ୟମ କରୁଥିବା ବେଳେ କହ୍ନେୟାଙ୍କ ସମର୍ଥକମାନେ ସେମାନଙ୍କୁ ଆକ୍ରମଣ କରିଥିଲେ। ଏହାକୁ ନେଇ ଉଭୟ ଗୋଷ୍ଠୀ ପରସ୍ପର ଉପରକୁ ଟେକା ପଥର ମାଡ଼ କରିଥିଲେ। ଏଥିରେ ଉଭୟ ପକ୍ଷଙ୍କ ଏକାଧିକ ଲୋକ ଆହତ ହୋଇଛନ୍ତି।
from Odisha Reporter http://bit.ly/2M14h7v
No comments:
Post a Comment