
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ମୁମ୍ବାଇ-ହାଓ୍ୱଡା ଲୋକମାନ୍ୟ ତିଲକ୍ ଏକ୍ସପ୍ରେସରୁ ଆଜି ଦିନ ପ୍ରାୟ ସାଢ଼େ ଦଶଟା ବେଳେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଝାଡ଼ଖଣ୍ଡର ଲୋଟପାହାଡ଼-ଚକ୍ରଧରପୁର ଷ୍ଟେସନ ମଧ୍ୟରେ ଟ୍ରେନ୍ର ଏସ୍-୧୧ ବଗି ତଳୁ ଧୂଆଁ ବାହାରୁଥିଲା। ଏହାପରେ ଯାତ୍ରୀମାନେ ଟ୍ରେନ୍ର ଚେନ୍ ଟାଣି ଲୋଟପାହାଡ଼ ପାଖରେ ଅଟକାଇ ଥିଲେ। ତେବେ ଭୟଭୀତ ଯାତ୍ରୀମାନେ ଟ୍ରେନ୍ ଅଟକିବା ପୂର୍ବରୁ ତଳକୁ ଡେଇଁ ପଡ଼ିଥିଲେ। ହେଲେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି।
ହାଟ ଏକସେଲ ଯୋଗୁ ଟ୍ରେନ୍ରୁ ଧୂଆଁ ବାହାରୁଥିବା ଜଣାପଡ଼ିଛି। ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ସେଠାରେ ଟ୍ରେନ୍ ୪୫ ମିନିଟ୍ ଅଟକି ଥିଲା। ଟ୍ରେନ୍ ମରାମତି ପରେ ଏହା ଚକ୍ରଧରପୁର ଅଭିମୁଖେ ଯାତ୍ରା କରିଥିଲା।
from Odisha Reporter http://bit.ly/2K6T0QC
No comments:
Post a Comment