ଆଇଏସ୍ ଟାର୍ଗେଟରେ ଭାରତ ଏବଂ ବାଂଲାଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 1, 2019

ଆଇଏସ୍ ଟାର୍ଗେଟରେ ଭାରତ ଏବଂ ବାଂଲାଦେଶ

ନୂଆଦିଲ୍ଲୀ: ଅବୁ ମହମ୍ମଦ ଅଲ୍–ବେଙ୍ଗଲିକୁ ‘ବେଙ୍ଗଲ’ର ମୁଖିଆ ଘୋଷଣା କରିବା ସହ ଭାରତ ଏବଂ ବାଂଲାଦେଶରେ ବିସ୍ଫୋରଣ ପାଇଁ ଧମକାଇଛି ଇସଲାମିକ୍ ଷ୍ଟେଟ୍। ହିନ୍ଦୀ, ଇଂରାଜୀ ଏବଂ ବଙ୍ଗଳା ଭାଷାରେ ରିଲିଜ୍ ହୋଇଥିବା ଏହି ପୋଷ୍ଟରରେ କୁହାଯାଇଛି, ‘ଯଦି ତୁମେ ଭାବୁଛ ବେଙ୍ଗଲ ଏବଂ ହିନ୍ଦରେ ଆମ ଲୋକଙ୍କୁ ଚୁପ୍ କରାଇ ଦେଇଛ, ତାହାଲେ ଶୁଣିନିଅ ଆମେ କେବେ ମଧ୍ୟ ଚୁପ୍ ରହିଯିବୁନି। ପ୍ରତିଶୋଧର ଶୋଷ କେବେ ମଧ୍ୟ ଦୂରେଇ ଯିବନି।’

ଏହି ଧମକ ଆସିବାର ଦୁଇ ଦିନ ଆଗରୁ ବାଂଲାଦେଶର ଢାକାଠାରେ ଏକ ବିସ୍ଫୋରଣ ଘଟିସାରିଛି। ଗତ ସୋମବାର ଘଟିଥିବା ଏହି ବିସ୍ଫୋରଣରେ ଯଦିଓ କେହି ମୃତାହତ ନଥିଲେ, ଏହା ଜରିଆରେ କିନ୍ତୁ ଆଇଏସ୍ ନିଜର ଉପସ୍ଥିତି ଜଣାଇସାରିଛି। ଏହାପରେ ଆଇଏସ୍ ପକ୍ଷରୁ ଏହାର ମୁଖ୍ୟ ବାଗଦାଦି ରିଲିଜ୍ କରିଥିବା ଭାଷଣର ବଙ୍ଗାଳୀ ଅନୁବାଦ ସହିତ ଢାକା ଆକ୍ରମଣ ବାବଦରେ ମଧ୍ୟ ବଙ୍ଗଳା ଭାଷାରେ ବିବୃତି ଜାରି କରିଥିଲା।

ବାଂଲାଦେଶ ଏବଂ ପଶ୍ଚିମବଙ୍ଗରେ ଭବିଷ୍ୟତରେ ଯେପରି କୌଣସି ଘଟଣାକୁ ଏଡ଼ାଇ ହେବ ଭାରତୀୟ ଗୁଇନ୍ଦା ଏହି ପ୍ରସଙ୍ଗ ଉପରେ କଡ଼ା ନଜର ରଖିଛି। ପୂର୍ବରୁ ବାଂଲାଦେଶ ସୀମାରେ ଅନୁପ୍ରବେଶ ମୁଣ୍ଡବିନ୍ଧାର କାରଣ ପାଲଟିଥିବାବେଳେ ଆଇଏସ୍ ହଠାତ ସକ୍ରିୟ ହେବା ପୂର୍ବ ଭାରତରେ ନୂଆ ବିପଦ ଆରମ୍ଭ ହେବା ପରି ହୋଇଛି। ଏପରିକି ଗତ ଗୁରୁବାର ବଙ୍ଗଳା ଭାଷାରେ ”ଶୀଘ୍ରୋଇ ଆସଛେ, ଇନସାଲ୍ଲା’ ଲେଖା ଏକ ପୋଷ୍ଟର ଏହି ସନ୍ଦେହକୁ ଦୃଢ଼ୀଭୂତ କରିଛି।



from Odisha Reporter http://bit.ly/2Lh9DLx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages