
ଆବଶ୍ୟକ ସାମଗ୍ରୀ: ଲାଉ, ଚିଙ୍ଗୁଡ଼ି, କଟା ପିଆଜ, କଟା କଞ୍ଚା ଲଙ୍କା, କଟା ରସୁଣ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ, ତେଲ, କଟା ଟମାଟୋ, ଗରମ ମସଲା
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ିକୁ ଧୋଇ ଲୁଣ ହଳଦୀ ଗୋଳାଇ ରଖି ଦିଅନ୍ତୁ। ତା’ପରେ ଚୁଲିରେ କଡ଼େଇ ବସାଇ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଫୁଟଣ, କଞ୍ଚା ଲଙ୍କା, କଟା ପିଆଜ, ଲୁଣ, କଟା ରସୁଣ ପକାଇ ଭାଜି ଦିଅନ୍ତୁ। ତା’ପରେ ସେଥିରେ ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ।
ଅଳ୍ପ ସମୟ ପରେ ହଳଦୀ ଗୁଣ୍ଡ ଓ ଲୁଣ ଗୋଳା ହୋଇ ରହିଥିବା ଚିଙ୍ଗୁଡ଼ି କଡ଼େଇରେ ପକାଇ ଭଲ ଭାବେ ଗୋଳେଇ ଦିଅନ୍ତୁ। ଏହା ପରେ ସେଥିରେ କଟା ଟମାଟୋ ପକାଇ ଭଲ ଭାବେ କଷନ୍ତୁ। କିଛି ସମୟ ପରେ ଛୋଟ ଛୋଟ ପିସ୍ କଟା ହୋଇ ରହିଥିବା ଲାଉକୁ ସେହି ଚିଙ୍ଗୁଡ଼ିରେ ପକାଇ ଗୋଳେଇ ଦେଇ ଢାଙ୍କୁଣୀ ଘୋଡ଼େଇ ଦିଅନ୍ତୁ।
ଲାଉରୁ ପାଣି ବାହାରି ମରିଯିବା ପରେ ସେଥିରେ ଗରମ ମସଲା ପକାଇ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିଙ୍ଗୁଡ଼ି ଲାଉ ରସା। ନିଜେ ଖାଆନ୍ତୁ ଅନ୍ୟକୁ ଖୁଆନ୍ତୁ।
from Odisha Reporter http://bit.ly/2VFsfsF
No comments:
Post a Comment