ଦଶମରେ ୯୩ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହେଲେ ଏହି ଅଭିନେତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 6, 2019

ଦଶମରେ ୯୩ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହେଲେ ଏହି ଅଭିନେତ୍ରୀ

ମୁମ୍ୱାଇ: ସୋମବାର ସିବିଏସ୍‌ଇର ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଟିଭି ସିରିଏଲ୍‌ ‘ପଟିୟାଲା ବେବିଜ୍‌’ର ଲୋକପ୍ରିୟ ଶିଶୁ କଳାକାର ଅନଶୁର କୌର(ମିନ୍ନି ଖୁରାନା) ଦଶମ ଶ୍ରେଣୀ ପରୀକ୍ଷାରେ ୯୩ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି।

ଫଳ ପ୍ରକାଶ ପାଇବା ପରେ ମିନ୍ନି ବେଶ୍‌ ଖୁସି ଥିବା ଜଣାପଡ଼ିଛି। ସୁଟିଂର ବିଜି ସେଡ୍ୟୁଲ୍‌ ପରେ ବି ମିନ୍ନି ଭଲ ମାର୍କ ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ଏହି ଖୁସି ଖବର ଜଣାପଡ଼ିବା ପରେ ସୋଶାଲ ମିଡିଆରେ ତାଙ୍କ ଫ୍ୟାନ୍ସ ମିନ୍ନିଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି।

ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ମିନ୍ନି ‘ଟାଇମସ୍‌ ଅଫ୍‌ ଇଣ୍ଡିଆ’କୁ ଏକ ଇଣ୍ଟରଭ୍ୟୁ ଦେଇ କହିଛନ୍ତି, “ମୁଁ ୯୦ ପ୍ରତିଶତ ମାର୍କ ରଖିବା ପାଇଁ ଆଶା କରିଥିଲି। କିନ୍ତୁ ଯେବେ ଜଣା ପଡ଼ିଥିଲା ଯେ, ମୁଁ ୯୩ ପ୍ରତିଶତ ମାର୍କ ରଖିଛି, ମୁଁ ବହୁତ ଖୁସି ହୋଇଥିଲି, ଏହା ମୋର ଆଶାଠାରୁ ଅଧିକ। ମାର୍କ ଜଣା ପଡ଼ିବା ପରେ ସେଟ୍‌ରେ ମୋର ସମସ୍ତେ ପ୍ରଶଂସା କରୁଛନ୍ତି, ଏହା ଜାଣି ଖୁସି ଲାଗୁଛି। “
ଦଶମରେ ଭଲ ମାର୍କ ରଖି ଉତ୍ତୀର୍ଣ୍ଣ ହେବା ପରେ ଭବିଷ୍ୟତରେ କମର୍ସ ଷ୍ଟ୍ରୀମ୍‌ରେ ପାଠ ପଢ଼ିବା ପାଇଁ ମିନ୍ନି ଆଶା ରଖିଛନ୍ତି। ‘ପଟିୟାଲା ବେବିଜ୍‌’ରେ ଶିଶୁ କଳାକାର ଅନଶୁର କୌର ଭାବରେ ଅଭିନୟ କରୁଥିବା ଏହି ଅଭିନେତ୍ରୀଙ୍କର ବୟସ ହେଉଛି ୧୫ ବର୍ଷ। ନିକଟରେ ସେ ତାଙ୍କର ଜନ୍ମଦିନ ପାଳନ କରିଥିଲେ।

ଟିଭି ସିରିଏଲ୍‌ ‘ଝାନ୍‌ସୀ କି ରାନୀ’ରୁ ସେ ଅଭିନୟ ଜୀବନର ଆରମ୍ଭ କରିଥିଲେ। ଏହାପରେ ସେ ସିରିଏଲ୍‌ ‘ନା ବୋଲେ ତୁମ ନା ମୈନେ କୁଛ୍‌ କଦଂହାଁ’, ‘ୟେ ରିସ୍ତା କ୍ୟା କେହଲାତା ହୈ’ ଓ ‘ପୃଥ୍ୱୀ ବଲ୍ଲଭ’ରେ କାମ କରିଥିଲେ। କେବଳ ଟିଭି ସିରିଏଲ୍‌ ନୁହେଁ, ମିନ୍ନି ଫିଲ୍ମ ‘ସଞ୍ଜୁ’ ଓ ‘ମନମର୍ଜିଆଁ’ରେ ମଧ୍ୟ କାମ କରିଛନ୍ତି।

 



from Odisha Reporter http://bit.ly/2WuFQA7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages