ମତଦାନ ବେଳେ ହୋଟେଲ୍‌ରୁ ମିଳିଲା ୪ ଇଭିଏମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 6, 2019

ମତଦାନ ବେଳେ ହୋଟେଲ୍‌ରୁ ମିଳିଲା ୪ ଇଭିଏମ୍‌

evm

ମୁଜାଫରପୁର: ସୋମବାର ବିହାରର ମୁଜାଫରପୁର ଲୋକସଭା ଆସନ ପାଇଁ ମତଦାନ ଚାଲିଥିବା ବେଳେ ସ୍ଥାନୀୟ ଏକ ହୋଟେଲ୍‌ରେ ଇଭିଏମ୍‌ ଥିବା ଖବର ବ୍ୟାପୀ ଯିବା ପରେ ଲୋକେ ହଙ୍ଗାମା କରିଥିଲେ। ଜଣେ ସେକ୍ଟର ମାଜିଷ୍ଟ୍ରେଟ୍‌ଙ୍କଠାରୁ ଏହି ଇଭିଏମ୍‌ଗୁଡ଼ିକୁ ଜବତ କରାଯାଇଥିଲା। ତାଙ୍କ ନାଁ ଅବଧେଶ କୁମାର।

ଅନ୍ୟପକ୍ଷରେ ସେ ସଫେଇ ଦେଇ କହିଛନ୍ତି ଯେ, ତାଙ୍କ ଟିମ୍ ପାଖରେ ୪ଟି ଇଭିଏମ୍‌ ବ୍ୟାକ୍‌ଅପ୍ ଭାବେ ରହିଥିଲା। କୌଣସି ବୁଥ୍‌ରେ ଇଭିଏମ୍‌ରେ ସମସ୍ୟା ଦେଖା ଦେଇଥିଲେ, ସେଗୁଡ଼ିକୁ ତତ୍‌କାଳ ବ୍ୟବହାର କରାଯାଇଥା’ନ୍ତା।

ଅବଧେଶ କୁମାର ଆହୁରି କହିଛନ୍ତି ଯେ, ତାଙ୍କ ଡ୍ରାଇଭର ନିକଟସ୍ଥ ଏକ ବୁଥ୍‌କୁ ଭୋଟ୍ ଦେବାକୁ ଯାଇଥିଲେ। ସେଥିପାଇଁ ସେ ଇଭିଏମ୍‌କୁ ନିଜ ପାଖରେ ରଖି ସେହି ହୋଟେଲ୍‌ରେ ଓହ୍ଲାଇ ଯାଇଥିଲେ।

ସେକ୍ଟର ମାଜିଷ୍ଟ୍ରେଟ୍ ଇଭିଏମ୍‌ ଧରି ହୋଟେଲ୍‌ରେ ଓହ୍ଲାଇବା ଖବର ନିକଟସ୍ଥ ବୁଥ୍‌ରେ ପହଞ୍ଚି ଯାଇଥିଲା। ଫଳରେ କିଛି ଗଡ଼ବଡ଼ କରାଯାଉଥିବା ସନ୍ଦେହରେ ସେଠାରେ ଉପସ୍ଥିତ ବିଭିନ୍ନ ଦଳର ପୋଲିଂ ଏଜେଣ୍ଟମାନେ ହଙ୍ଗାମା କରିଥିଲେ। ପରେ ପୁଲିସ୍ ପହଞ୍ଚି ଇଭିଏମ୍‌ଗୁଡ଼ିକୁ ନିଜ କବଜାକୁ ନେଇଥିଲା।

ମୁଜାଫରପୁର ଜିଲ୍ଲାପାଳ ଆଲୋକ ରଞ୍ଜନ ଘୋଷ ଏ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସେକ୍ଟର ମାଜିଷ୍ଟ୍ରେସ୍‌ ଅବଧେଶ କୁମାରଙ୍କୁ ନୋଟିସ୍ ଜାରି କରାଯାଇଛି ଏବଂ ହୋଟେଲ୍‌ରେ ଇଭିଏମ୍‌ କେମିତି ପହଞ୍ଚିଲା, ତା’ର ଉତ୍ତର ଦେବାକୁ କୁହାଯାଇଛି।

ଗତକାଲି ସାଧାରଣ ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ବିହାରରେ ମୁଜାଫରପୁର ସମେତ ମୋଟ ୫ଟି ଲୋକସଭା ଆସନ ପାଇଁ ମତଦାନ ହୋଇଥିଲା। ଏହି ପର୍ଯ୍ୟାୟରେ ୭ଟି ରାଜ୍ୟର ମୋଟ ୫୧ଟି ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଇଛି। ଏହା ସହିତ ମୋଟ ୬୭୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍ ହୋଇଯାଇଛି।



from Odisha Reporter http://bit.ly/2DUxpqJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages