ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀଙ୍କ ଅଚାନକ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀଙ୍କ ଅଚାନକ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅଚାନକ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଯାଇ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି। ବାତ୍ୟା ‘ଫୋନି’ରେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବାବେଳେ କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ମୁଖ୍ୟମନ୍ତ୍ରୀ ଗତକାଲି ପୁରୀ ଜିଲ୍ଲା ଗସ୍ତରେ ଯାଇ ବାତ୍ୟା ପରବର୍ତ୍ତୀ ପରିଚାଳନାର ସମୀକ୍ଷା କରିଥିବାବେଳେ ଖୋର୍ଦ୍ଧା ,କଟକ ଓ ଜଗତସିଂହପୁର ଜିଲ୍ଲାର ସ୍ଥିତି ନପରଖି ସ୍ୱଳ୍ପ କ୍ଷୟକ୍ଷତି ହୋଇଥିବା କେନ୍ଦ୍ରାପଡ଼ା ଜିଲ୍ଲାକୁ ଯାଇ ପ୍ରଶାସନିକସ୍ତରରେ କ୍ଷୟକ୍ଷତି ସମୀକ୍ଷା କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ଆକାଶମାର୍ଗରୁ ମଧ୍ୟ ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିବା ପରେ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ବାତ୍ୟା କ୍ଷୟକ୍ଷତି, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ତେବେ ଅତ୍ୟଧିକ କ୍ଷତିଗ୍ରସ୍ତ ଖୋର୍ଦ୍ଧା ଜିଲ୍ଲାରେ ସମୀକ୍ଷା ନକରି ମୁଖ୍ୟମନ୍ତ୍ରୀ ସାମାନ୍ୟ ପ୍ରଭାବିତ କେନ୍ଦ୍ରାପଡ଼ା ଜିଲ୍ଲାକୁ ଗସ୍ତ କରିବା ପଛରେ ରାଜନୀତିକ ଗନ୍ଧ ସ୍ପଷ୍ଟ ବାରି ହୋଇପଡ଼ିଛି। ତା’ଛଡ଼ା କେନ୍ଦ୍ରାପଡ଼ା ତୁଳନାରେ କଟକ ଜିଲ୍ଲାରେ ‘ଫୋନି’ ବାତ୍ୟା ଅଧିକ କ୍ଷୟକ୍ଷତି କରିଛି। ଖୋର୍ଦ୍ଧା ଜିଲ୍ଲାର ଅନେକ ଅଞ୍ଚଳ ଏବେବି ରହିଛି ଯେଉଁଠି ବାତ୍ୟାର ୧୩ଦିନ ପରେ ମଧ୍ୟ ରିଲିଫ ସାମଗ୍ରୀ ପହଞ୍ଚିପାରିନି। ବିଦ୍ୟୁତ ସଂଯୋଗ ହୋଇନଥିବାରୁ ଲୋକେ ରାସ୍ତାକୁ ଓହ୍ଲାଇଲେଣି ଓ ଆଇନଶୃଙ୍ଖଳାକୁ ହାତକୁ ନେବାକୁ ଧମକ ଦେଲେଣି। ତଥାପି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଖୋର୍ଦ୍ଧା ଓ କଟକ ଜିଲ୍ଲାର ସ୍ଥିତି ସମୀକ୍ଷା ନକରି କେନ୍ଦ୍ରାପଡ଼ା ଯିବାକୁ ବିରୋଧୀ ଦଳଗୁଡ଼ିକ ସହଜରେ ହଜମ କରିପାରିନାହାନ୍ତି। ଅବଶ୍ୟ ‘ଫୋନି’ ବାତ୍ୟା ଯୋଗୁ ପାଟକୁରାରେ ବିଧାନସଭା ନିର୍ବାଚନ ସ୍ଥଗିତ ଥିବାବେଳେ ରିଲିଫ ବଣ୍ଟନ ନାଁରେ ଶାସକ ବିଜେଡି ନିଜ ସପକ୍ଷରେ ପ୍ରଚାର କରୁଛି ବୋଲି ବିଜେପି ଅଭିଯୋଗ କରିସାରିଛି।



from Odisha Reporter http://bit.ly/2Q8yaRI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages