
ଲଣ୍ଡନ: ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚଳିତ ସିରିଜରେ ଯେଉଁଭଳି ଭାବେ ରନ୍ ବର୍ଷା ହେଉଛି, ତାକୁ ଦୃଷ୍ଟିରେ ରଖି ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ ‘ଅଫିସିଆଲ୍ସ ଫ୍ୟାନ୍ସ ସ୍କୋରକାର୍ଡ’କୁ ନୂଆ ଡିଜାଇନରେ ପ୍ରସ୍ତୁତ କରିଛି, ଯେଉଁଥିରେ ସ୍କୋରର ସ୍କେଲ୍ ୫୦୦ ପର୍ଯ୍ୟନ୍ତ କରିଦିଆଯାଇଛି। ଇଂଲଣ୍ଡର ମଇଦାନର ବିଶେଷତ୍ୱ ହେଉଛି, ତା’ର ପ୍ରିଣ୍ଟେଡ୍ ସ୍କୋରକାର୍ଡ, ଯାହା ମ୍ୟାଚ୍ ପରେ ଦର୍ଶକଙ୍କୁ ୧ କିମ୍ବା ୨ ପାଉଣ୍ଡ ଦାମରେ ବିକ୍ରି କରିଦିଆଯାଏ। ଏହା ଫ୍ୟାନଙ୍କ ପାଇଁ ଏକ ସ୍ମରଣିକା ସଦୃଶ ହୋଇଥାଏ।
‘ଡେଲି ଟେଲିଗ୍ରାଫ’ ଅନୁଯାୟୀ, ଦର୍ଶକଙ୍କ ଦ୍ୱାରା କିଣ।ଯାଉଥିବା ସ୍କୋରକାର୍ଡରେ ରନର ରେକର୍ଡ ରହିଥାଏ। ୱାର୍ଲ୍ଡ କପ୍ ପାଇଁ ପୂର୍ବରୁ ତିଆରି କରାଯାଇଥିବା ଏଭଳି ସ୍କୋରକାର୍ଡରେ ସର୍ବାଧିକ ସ୍କୋର ୪୦୦ ପର୍ଯ୍ୟନ୍ତ ଥିଲା। କିନ୍ତୁ ଦିନିକିଆ କ୍ରିକେଟରେ ରନ୍ ବର୍ଷାକୁ ଦୃଷ୍ଟିରେ ରଖି ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶକ ଷ୍ଟିଭ୍ ଏଲୱର୍ଦି ସ୍କୋରକାର୍ଡକୁ ୫୦୦ ରନ୍ ପର୍ଯ୍ୟନ୍ତ କରିବା ନେଇ ଚିନ୍ତା କରିଥିଲେ।
ଗତବର୍ଷ ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡ ୬ ୱିକେଟରେ ୪୮୧ ରନ୍ ରକିଥିଲା। ପାକିସ୍ତାନ ବିପକ୍ଷ ଚଳିତ ସିରିଜରେ ମଧ୍ୟ ଇଂଲଣ୍ଡ ଦ୍ୱିତୀୟ ଦିନିକିଆରେ ୩ ୱିକେଟ୍ ହରାଇ ୩୭୩ ରନ୍ କରିଥିଲା ଜବାବରେ ପାକିସ୍ତାନ ୩୬୧ ରନ୍ କରିଥିଲା। ତେଣୁ ବିଶ୍ୱକପରେ ଏଭଳି ଫ୍ଲାଟ୍ ପିଚରେ ପ୍ରଥମଥର ୫୦୦ ରନ୍ ହେବାର ସମ୍ଭାବନା ରହିଛି। ଏ ନେଇ ଇସିବିର ମୁଖ୍ୟ କାର୍ଯ୍ୟକାରୀ ଟମ୍ ହ୍ୟାରିସନ୍ କହିଛନ୍ତି, ଆମେ ସ୍କୋରକାର୍ଡ ସ୍କେଲକୁ ବଦଳାଇ ୫୦୦ ପର୍ଯ୍ୟନ୍ତ କରିଛୁ। ହୁଏତ ଚଳିତ ବିଶ୍ୱକପରେ ୫୦୦ ରନର ରେକର୍ଡ ହୋଇପାରେ।
from Odisha Reporter http://bit.ly/2w40b3G
No comments:
Post a Comment