ଚାଲିରୁ ଜାଣନ୍ତୁ ବ୍ୟକ୍ତିର ସ୍ୱଭାବ ବିଷୟରେ.. - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 21, 2019

ଚାଲିରୁ ଜାଣନ୍ତୁ ବ୍ୟକ୍ତିର ସ୍ୱଭାବ ବିଷୟରେ..

ଭୁ‍‍‍‍‍‍‍ବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୋତିଷ ଶାସ୍ତ୍ର ଅନୁସାରେ ଜଣେ ବ୍ୟକ୍ତିର ସ୍ୱଭାବ ବିଷୟରେ ଅନୁମାନ କରିବାର ଅନେକ ଉପାୟ ରହିଛି। ଏମିତି ମଧ୍ୟ କୁହାଯାଏ ଯେ, ବ୍ୟକ୍ତିର ଚାଲିବା ଶୈଳୀରୁ ତାର ବ୍ୟକ୍ତିତ୍ୱ ବିଷୟରେ ଜଣାପଡ଼ିଥାଏ। ତେବେ ଚାଲନ୍ତୁ ବ୍ୟକ୍ତିର ଚାଲିରୁ ତାର ସ୍ୱଭାବ ବିଷୟରେ ଜାଣିବା।

୧, ଆପଣ ଦେଖିଥିବେ କିଛି ଲୋକଙ୍କର ଶୀଘ୍ର ଶୀଘ୍ର ଚାଲିବା ଅଭ୍ୟାସ ଥାଏ। କୁହାଯାଏ ଯେ, ଏହି ଲୋକମାନଙ୍କ ଭିତରେ ବହୁତ ଶକ୍ତି ରହିଥାଏ। ସେମାନେ କିଛି ନ ବୁଝି ଶୀଘ୍ର କାମ କରିଦେଇଥାନ୍ତି। ଆହୁରି ମଧ୍ୟ ଏହି ବ୍ୟକ୍ତିମାନଙ୍କ ଭିତରେ ଆତ୍ମବିଶ୍ୱାସ ଭର୍‌ପୁର ରହିଥାଏ। ସେମାନେ ନିଜ ସାହସ କାରଣରୁ ଜୀବନରେ ଆସୁଥିବା ସବୁପ୍ରକାର କଠିନ କାମକୁ ଅତି ସହଜରେ କରିଥାନ୍ତି।

୨, କିଛି ଲୋକ ବହୁତ ଧିରେ ଚାଲିବାର ଆପଣ ଦେଖିଥିବେ। ଏହି ଲୋକମାନେ ସରଳ ଏବଂ ଶାନ୍ତ ସ୍ୱାଭାବର ହୋଇଥାନ୍ତି। ଏହି ଲୋକମାନେ ଜୀବନରେ କୌଣସି କାମକୁ ନ ବୁଝି କରନ୍ତି ନାହିଁ।

୩, ଯେଉଁ ଲୋକମାନେ ମାଟିରେ ପାଦ ଜୋର୍‌ ଜୋର୍‌ ପକାଇ ଚାଲିଥାନ୍ତି, ସେହି ଲୋକମାନେ ବହୁତ ରାଗି ହୋଇଥାନ୍ତି। ଏହି ଲୋକମାନେ ଜୀବନରେ ଆସୁଥିବା ଅସୁବିଧା ଦେଖି ଡରି ଯାଇଥାନ୍ତି। ମାତ୍ର ସେମାନେ ଚାହିଁଲେ ନିଜ ରାଗ ଉପରେ ନିୟନ୍ତ୍ରଣ ଆଣିପାରିବେ।

୪, ବହୁତ ଲୋକ ଏପରି ଥାନ୍ତି ଯେଉଁମାନେ କି ଚାଲିବା ବେଳେ କିଛି ଶବ୍ଦ ହୋଇନଥାଏ। ଏହି ଲୋକମାନେ ଜୀବନ ନିଜ ପାଇଁ ହିଁ ବଞ୍ଚିଥାନ୍ତି। ଏଥିପାଇଁ କିଛି ଲୋକ ଏମାନଙ୍କୁ ସ୍ୱାର୍ଥୀ ବୋଲି ମଧ୍ୟ କହିଥାନ୍ତି। ଆହୁରି ମଧ୍ୟ ଏହି ଲୋକଙ୍କ ମଧ୍ୟରେ ବହୁତ ଆତ୍ମବିଶ୍ୱାସ ଦେଖିବାକୁ ମିଳିଥାଏ।



from Odisha Reporter http://bit.ly/2JwPdww

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages