କାର୍‌କୁ ପିଟିଲା ଟ୍ରକ୍‌; ଗୋଟିଏ ପରିବାରର ୫ ଜଣଙ୍କ ସହିତ ଘରୋଇ ସହାୟିକାଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 21, 2019

କାର୍‌କୁ ପିଟିଲା ଟ୍ରକ୍‌; ଗୋଟିଏ ପରିବାରର ୫ ଜଣଙ୍କ ସହିତ ଘରୋଇ ସହାୟିକାଙ୍କ ମୃତ୍ୟୁ

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଜାରିଙ୍ଗ ଜଙ୍ଗଲ ନିକଟରେ ଆଜି ଭୋର୍‌ ପ୍ରାୟ ୪ଟା ବେଳେ ଏକ କାର୍‌କୁ ଟ୍ରକ୍‌ଟିଏ ସାମ୍ନାରୁ ଧକ୍କା ଦେବାରୁ ୬ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ୬ ମୃତକଙ୍କ ମଧ୍ୟରୁ ୫ ଜଣ ଗୋଟିଏ ପରିବାରର ହୋଇଥିବା ବେଳେ ଅନ୍ୟ ଜଣେ ହେଉଛନ୍ତି ସେମାନଙ୍କ ଘରୋଇ ସହାୟିକା।

ମୃତକମାନେ ହେଲେ ଭବାନୀପାଟଣାର ଖୁର୍ସେଲଗୁଡ଼ାର ଆଶୁତୋଷ ବେହେରା, ତାଙ୍କ ଭାଇ ଜଗନ୍ନାଥ ବେହେରା, ପୁଅ ବିକି ବେହେରା, ଦୁଇ ନାତୁଣୀ ଓ ତାଙ୍କ ଘରୋଇ ସହାୟିକା। ଆଶୁତୋଷଙ୍କ ବୋହୂଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

car2ଆଶୁତୋଷ ଓ ତାଙ୍କ ପରିବାର ଲୋକେ ସୋମବାର ବିଶାଖାପାଟଣା ଯାଇଥିଲେ। ସୂଚନା ଅନୁଯାୟୀ, ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସେମାନେ ସେଠାକୁ ଯାଇଥିଲେ। ଗତକାଲି ରାତିରେ ସେମାନେ ଟ୍ରେନ୍‌ ଯୋଗେ ସେଠାରୁ ଫେରିଥିଲେ। ପ୍ରାୟ ଅଢ଼େଇଟା ବେଳେ ସେମାନେ କେସିଙ୍ଗା ଷ୍ଟେସନ୍‌ରେ ପହଞ୍ଚିଥିଲେ। ସେଠାରୁ ନିଜ କାର୍‌ରେ ସେମାନେ ଘରକୁ ଫେରୁଥିଲେ। ଆଶୁତୋଷ ନିଜେ ଡ୍ରାଇଭିଂ କରୁଥିଲେ।

car3ତେବେ ଭୋର୍‌ ପ୍ରାୟ ୪ଟା ବେଳେ ଜାରିଙ୍ଗ ପାଖ ଜଙ୍ଗଲ ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ସେମାନଙ୍କୁ ସମ୍ମୁଖରୁ ଧକ୍କା ଦେଇଥିଲା। ଏଥିରେ କାର୍‌ର ସମ୍ମୁଖ ଭାଗ ଚୂରମାର ହୋଇଯାଇଥିବା ବେଳେ ଆଶୁତୋଷ ଓ ତାଙ୍କ ଭାଇ ଜଗନ୍ନାଥଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଆଶୁତୋଷଙ୍କ ବୋହୂଙ୍କୁ ଛାଡ଼ି ଦେଲେ ଅନ୍ୟ ସମସ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

ଏ ଘଟଣାକୁ ନେଇ ଭବାନୀପାଟଣା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।



from Odisha Reporter http://bit.ly/2JXVH78

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages