ଆକାଶରୁ ଖସିଲା ମୃତ୍ୟୁ ଦୂତ, ଟଳି ପଡ଼ିଲେ ଦୁଇ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

ଆକାଶରୁ ଖସିଲା ମୃତ୍ୟୁ ଦୂତ, ଟଳି ପଡ଼ିଲେ ଦୁଇ ମହିଳା

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଶାଗ ତୋଳୁଥିବା ବେଳେ ବଜ୍ରପାତ ହେବାରୁ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଆଜି ସନ୍ଧ୍ୟା ବେଳେ ଏପରି ଘଟଣା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅଞ୍ଚଳରେ ଘଟିଛି।
ଧର୍ମଗଡ଼ ବ୍ଲକ ବେହେରା ଗାଁର ଜୟମଣୀ ଗୋପାଳ ଓ ଭୂମିସୁତା ଗୋପାଳ ପୋଖରୀ ପାଖରେ ଶାଗ ତୋଳୁଥିଲେ। ଏହି ସମୟରେ ହଠାତ୍‌ ବଜ୍ରପାତ ହୋଇଥିଲା। ଫଳରେ ଉଭୟ ଚେତା ହରାଇ ପଡ଼ି ଯାଇଥିଲେ। ପରିବାର ଲୋକେ ଜୟମଣୀଙ୍କୁ ଧର୍ମଗଡ଼ ଓ ଭୂମିସୁତାଙ୍କୁ ବୁର୍ଲା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କୁ ମୃତ୍ୟୁ ଘଟିଥିଲା।
ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ବଜ୍ରପାତରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ୮ ଜଣ ଗୁରୁତର ଆହତ ହୋଇଥିଲେ। ତେବେ ସବୁଠାରୁ ଉଦ୍‌ବେଗ ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଘଟିଥିଲା। ସେଠାରେ ଚତୁର୍ଥୀ ଭୋଜି ଚାଲିଥିବା ବେଳେ ବଜ୍ରପାତ ହେବାରୁ ବରର ମୃତ୍ୟୁ ହୋଇଥିବା ବେଳେ କନିଆ ସମେତ ୫ ଜଣ ଗୁରୁତ ଆହତ ହୋଇଥିଲେ।



from Odisha Reporter http://bit.ly/2Q5VlfL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages