ଦଳର ନିର୍ଦ୍ଦେଶ ପରେ ଗଡ୍‌ସେ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ସାଧ୍ୱୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

ଦଳର ନିର୍ଦ୍ଦେଶ ପରେ ଗଡ୍‌ସେ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ସାଧ୍ୱୀ

ନୂଆଦିଲ୍ଲୀ:ଭାରତୀୟ ଜନତା ପାର୍ଟିର ଭୋପାଲ ପ୍ରାର୍ଥୀ ତଥା ମାଲେଗାଓଁ ମାମଲାରେ ଅନ୍ୟତମ ଅଭିଯୁକ୍ତ ପ୍ରଜ୍ଞା ସିଂହ ଠାକୁର ଗାନ୍ଧି ହତ୍ୟାକାରୀ ନାଥୁରାମ ଗଡ୍‌ସେ ଦେଶଭକ୍ତ କହିବା ପରେ ଏଥିପାଇଁ କ୍ଷମା ମାଗିଛନ୍ତି। ଏନେଇ ମଧ୍ୟପ୍ରଦେଶ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କର ଏହି ଉକ୍ତିକୁ ନେଇ ବହୁ ବିବାଦ ସୃଷ୍ଟି ହେବା ପରେ ବିଜେପି ପକ୍ଷରୁ ତାଙ୍କୁ କ୍ଷମା ମାଗିବାକୁ କୁହାଯାଇଥିଲା। ସେ ଏହି ବିବାଦୀୟ ମନ୍ତବ୍ୟରେ କହିଥିଲେ, ନାଥୁରାମ ଦେଶଭକ୍ତ ଥିଲେ ଏବଂ ରହିବେ।

ତେବେ ସବୁ ମହଲରୁ ତୀବ୍ର ସମାଲୋଚନା ପରେ ସେ କ୍ଷମା ମାଗିଥିବା ସୂଚନା ଦେଇଛନ୍ତି ମଧ୍ୟପ୍ରଦେଶ ବିଜେପି ୟୁନିଟ୍‌। ସେ କ୍ଷମା ମାଗିବା ସହ ଭୁଲରେ ଏପରି କହିଦେଇଥିଲେ ବୋଲି କହିଥିବା ମଧ୍ୟପ୍ରଦେଶ ବିଜେପି ମୁଖପାତ୍ର ରଜନୀଶ ଅଗ୍ରୱାଲ ସୂଚନା ଦେଇଛନ୍ତି।

ପୂର୍ବରୁ ତାଙ୍କର ମନ୍ତବ୍ୟ ନେଇ ବିଜେପି ପ୍ରତିକ୍ରିୟାରେ କହିଥିଲା, ଦଳ ସାଧ୍ୱୀଙ୍କ ମନ୍ତବ୍ୟ ସହ ସହମତ ନୁହେଁ। ମଧ୍ୟପ୍ରଦେଶ ବିଜେପି ମିଡିଆ ସେଲ୍‌ ମୁଖ୍ୟ ଲୋକେନ୍ଦ୍ର ପରାଶର କହିଥିଲେ, ସେ କେଉଁ ପରିସ୍ଥିତିରେ ଏଭଳି ମନ୍ତବ୍ୟ ଦେଇଥିଲେ ତାଙ୍କୁ ତାହା ପଚରାଯିବ। ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ କେବେ ମଧ୍ୟ ଦେଶଭକ୍ତ ହୋଇପାରିବନାହିଁ।

ଅନ୍ୟପକ୍ଷରେ, ସାଧ୍ୱୀଙ୍କ ବିପକ୍ଷରେ ଛିଡ଼ା ହୋଇଥିବା କଂଗ୍ରେସ ପ୍ରାର୍ଥୀ ଦିଗ୍‌ବିଜୟ ସିଂହ କହିଥିଲେ, ତାଙ୍କର ଏହିଁ ମନ୍ତବ୍ୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହ ଏବଂ ମଧ୍ୟପ୍ରଦେଶ ବିଜେପି ନେତା ଏଥିପାଇଁ କ୍ଷମା ମାଗିବା ଦରକାର।



from Odisha Reporter http://bit.ly/2Q6DnK1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages