ଫୋନି ଉଜାଡ଼ି ଦେଲା ସୁନାର ଫସଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 8, 2019

ଫୋନି ଉଜାଡ଼ି ଦେଲା ସୁନାର ଫସଲ

ବାଙ୍କୀ ( ସଞ୍ଜୀପ କୁମାର ନାୟକ) ବାତ୍ୟା ଫୋନିର କଟକ ଜିଲ୍ଲା ବାଙ୍କୀରେ କରାଳ ରୂପ ଦେଖାଇବା ସହ ଚାଷୀର ସୁନାର ଫସଲକୁ ଉଜାଡି ଦେଇଛି। ଧାର କରଜକରି ଚାଷ କରିଥିବା ଚାଷି ମୁଣ୍ଡରେ ଏବେ ପଡିଛି ଚଡକ । ଏଭଳିସ୍ଥିତିରେ କୃଷି ବିଭାଗର ଅଧିକାରୀମାନେ  କ୍ଷୟକ୍ଷତିର ଆକଳନ କରିବା ପାଇଁ ଏପର୍ଯ୍ୟନ୍ତ ଆସିନ ଥିବା ଅଭିଯୋଗ ହୋଇଛି।

ଏବେ ଆଣ୍ଠୁଏ  ଆଣ୍ଠୁଏ ପାଣିରେ ବୁଡି ରହିଛି ଡାଳୁଅ ଧାନ ଫସଲ। ଅମଳ ହେବା ସମୟରେ ଦାଉ ସାଜିଲା ସାମୁଦ୍ରିକ ଝଡ ଫୋନି । ହେକ୍ଟର ହେକ୍ଟର ଚାଷ ଜମିରେ ବର୍ଷାପାଣିରେ ବୁଡି ରହିଥିବା ଧାନ ଏବେ ଗଜା ହୋଇଗଲାଣି । ଏହାକୁ ନେଇ ଚିନ୍ତାରେ ଏବେ ଚାଷିକୂଳ। ଏ ସମୟରେ ଋଣପରିଶୋଧର ଚିନ୍ତା ସେମାନଙ୍କର ଆଖିରୁ ନିଦ ହଜାଇ ଦେଇଛି । ସେହିପରି ବାଙ୍କୀ ଅଂଚଳରେ ପନିପରିବା ଫସଲ ମଧ୍ୟ ନଷ୍ଟ ହୋଇ ଯାଇଛି।

ଅନ୍ୟପଟେ ଜିଲ୍ଲା କୃଷି ଅଧିକାରୀ କହିଛନ୍ତି କ୍ଷୟକ୍ଷତିର ଆକଳନ କରାଯାଉଛି । ନିୟମନୁସାରେ ଯାହା ବ୍ୟବସ୍ଥା ଥିବ ତାହା ଚାଷୀକୁ କ୍ଷତି ପୂରଣ ଦିଆଯିବ ବୋଲି ଜିଲ୍ଲା କୃଷି ଅଧିକାରୀ କହିଛନ୍ତି । ବାଙ୍କୀ ଅଂଚଳରେ ସମୁଦାୟ ୧୮୯୫ ହେକ୍ଟର ଧାନ ଚାଷ ହୋଇଥିବା ବେଳେ ସେଥିରୁ ୯୯୭ ହେକ୍ଟର କ୍ଷତି ହୋଇଛି ବୋଲି ଆନୁସାଙ୍ଗିକ ରିପୋର୍ଟ ଆସିଛି ବୋଲି କୃଷି ଅଧିକାରୀ କହିଛନ୍ତି।



from Odisha Reporter http://bit.ly/2JaiInJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages