ମୁମ୍ବାଇକୁ ୫ମଥର ଫାଇନାଲ୍‌କୁ ନେଲେ ସୂର୍ଯ୍ୟ କୁମାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 8, 2019

ମୁମ୍ବାଇକୁ ୫ମଥର ଫାଇନାଲ୍‌କୁ ନେଲେ ସୂର୍ଯ୍ୟ କୁମାର

ଚେନ୍ନାଇ: ଆଇପିଏଲ୍‌ ୨୦୧୯ର ପ୍ରଥମ ଟିମ୍‌ ଭାବେ ମୁମ୍ବାଇ ଇଣ୍ଡିଆନ୍ସ ଫାଇନାଲ୍‌ରେ ପ୍ରବେଶ କରିଛି। ମୁମ୍ବାଇ ଏଥରକୁ ମିଶାଇ ୫ମ ଥର ପାଇଁ ଆଇପିଏଲ୍‌ ଇତିହାସରେ ଫାଇନାଲ୍‌ ଖେଳିବାର ଯୋଗ୍ୟତା ଅର୍ଜନ କରିଛି। ମୁମ୍ବାଇ ପୂର୍ବରୁ ୪ଥର ଫାଇନାଲ୍‌କୁ ଯାଇଥିବା ବେଳେ ମାତ୍ର ଗୋଟିଏ ଥର ପରାସ୍ତ ହୋଇଛି। ତେଣୁ ଦଳ ଚଳିତ ବର୍ଷ ଟ୍ରଫି ଜିତିବାର ପ୍ରବଳ ଦାବିଦାର ରହିଛି।

ଗତକାଲି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ କ୍ୱାଲିଫାୟର୍‌ରେ ଶକ୍ତିଶାଳୀ ଚେନ୍ନାଇ ସୁପରକିଙ୍ଗସ୍‌କୁ ଭେଟିଥିଲା। ଚେନ୍ନାଇର ଅଭେଦ୍ୟ ଦୁର୍ଗ ଭାବେ ପରିଚିତ ଚେପକରେ କିନ୍ତୁ ମୁମ୍ବାଇ ପକ୍ଷରୁ ସୂର୍ଯ୍ୟ କୁମାର ଯାଦବ ମ୍ୟାଚ୍‌ ୱିନିଂ ଇନିଂସ୍‌ ଖେଳିଥିଲେ। ସେ ମାତ୍ର ୫୪ଟି ବଲ୍‌ରେ ଅପରାଜିତ ୭୧ ରନ୍‌ର ଇନିଂସ୍‌ ଖେଳି ମୁମ୍ବାଇର ଫାଇନାଲ୍‌ ରାସ୍ତାକୁ ସୁରକ୍ଷିତ କରିଥିଲେ।

ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୪ ୱିକେଟ୍‌ ହରାଇ ୧୩୧ ରନ୍‌ କରିଥିଲା। ଏହାର ଜବାବରେ ମୁମ୍ବାଇ ୧୮.୩ ଓଭର୍‌ରେ ୪ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟକୁ ହାସଲ କରି ନେଇଥିଲା।
୧୩୨ ରନ୍‌ର ଟାର୍ଗେଟ ପିଛା କରୁଥିବା ମୁମ୍ବାଇ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଅଧିନାୟକ ରୋହିତ ଶର୍ମା ୪ ଓ କ୍ୱିଣ୍ଟନ୍ ଡିକକ୍ ମାତ୍ର ୮ ରନ୍‌ କରି ପ୍ୟାଭିଲିୟନ ଫେରି ଯାଇଥିଲେ। କିନ୍ତୁ ୩ୟ ୱିକେଟ୍‌ ପାଇଁ ଈଶାନ୍‌ କିଷନ ଓ ସୂର୍ଯ୍ୟ କୁମାର ଯାଦବ ସ୍ଥିତି ସମ୍ଭାଳିବା ସହ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଉଭୟ ୩ୟ ୱିକେଟ୍‌ ପାଇଁ ୮୦ ରନ୍ ଯୋଡ଼ି ମୁମ୍ବାଇ ବିଜୟକୁ ସୁନିଶ୍ଚିତ କରିଥିଲେ।

ତେବେ ଇମ୍ରାନ୍‌ ତାହିର ଲଗାତର ଦୁଇଟି ବଲ୍‌ରେ ଈଶାନ୍‌(୨୮) ଓ କୃନାଲ ପାଣ୍ଡ୍ୟା(୦)କୁ ଆଉଟ୍‌ କରି ମୁମ୍ବାଇକୁ ବ୍ୟାକ୍‌ଫୁଟ୍‌କୁ ଠେଲିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଷ୍ଟାର ବ୍ୟାଟସ୍‌ମ୍ୟାନ୍‌ ସୂର୍ଯ୍ୟ କୁମାର ଯାଦବ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ବିଜୟ କରାଇଥିଲେ। ତାଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟା(୧୩*) ଭରପୂର ସହଯୋଗ କରିଥିଲେ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଚେନ୍ନାଇ ପକ୍ଷରୁ ଅମ୍ବାତି ରାୟୁଡୁ ୪୨ ଓ ମହେନ୍ଦ୍ର ସିଂହ ଧୋନି ୩୭ ରନ୍‌ କରିଥିଲେ। ତେବେ ଅନ୍ୟ ବ୍ୟାଟସ୍‌ମ୍ୟାନ୍‌ମାନେ ଆଖି ଦୃଶିଆ ପ୍ରଦର୍ଶନ ନ କରିପାରିବାରୁ ଦଳ ମାତ୍ର ୧୩୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ଏହାପୂର୍ବରୁ ଚେନ୍ନାଇକୁ ଲିଗ୍‌ ପର୍ଯ୍ୟାୟରେ ମଧ୍ୟ ମୁମ୍ବାଇ ଦୁଇଥର ପରାସ୍ତ କରିଥିଲା।



from Odisha Reporter http://bit.ly/2vU0RJb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages