କୃଷ୍ଣସାର ମୃଗଙ୍କ ପାଇଁ ୫୦ ଏକର ଜାଗା କିଣିବ ବନ ବିଭାଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

କୃଷ୍ଣସାର ମୃଗଙ୍କ ପାଇଁ ୫୦ ଏକର ଜାଗା କିଣିବ ବନ ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ ପରେ ବନ ବିଭାଗକୁ ଘାରିଛି ହରିଣ ଚିନ୍ତା। ବାଲୁଖଣ୍ଡ ଓ ଆସ୍କାରେ ହରିଣଙ୍କ ପାଇଁ ବନ ବିଭାଗ ସ୍ୱତନ୍ତ୍ର ବ୍ୟବସ୍ଥା କରିବ। ବିଧ୍ୱସ୍ତ ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣଙ୍କ ପାଇଁ ଛାମୁଡ଼ିଆ ତିଆରି ହେବ। ବର୍ଷା ଦିନ ଆସିବା ପର୍ଯ୍ୟନ୍ତ ପାଣି ଟ୍ୟାଙ୍କର ଯୋଗେ ଜଙ୍ଗଲରେ ଥିବା ଜଳାଶୟକୁ ପୂରଣ କରାଯିବ।

ସେହିପରି ଆସ୍କାରେ କୃଷ୍ଣସାର ମୃଗଙ୍କ ପାଇଁ ୫୦ ଏକର ଜାଗା କିଣିବ ବନ ବିଭାଗ। ସେହି ୫୦ ଏକର ଜାଗାରେ ମୃଗଙ୍କ ଖାଦ୍ୟ ପାଇଁ ଆବଶ୍ୟକ ଫସଲ ରହିବ। ପ୍ରଥମେ ଏକ ଏକର ଜମିରେ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରାଯିବ। ଏନେଇ ସୂଚନା ଦେଇଛନ୍ତି ଚିଫ୍ ୱାଇଲ୍‌ଡ୍‌ ଲାଇଫ୍ ୱାର୍ଡେନ ଅଜୟ ମହାପାତ୍ର।

ସୂଚନାରୁ ପ୍ରକାଶ, ବାତ୍ୟା ‘ଫୋନି’ ପରେ ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣଙ୍କ ପତ୍ତା ମିଳୁନଥିଲା। ବାତ୍ୟାରେ ହରିଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ପରେ ବନ ବିଭାଗ ଡ୍ରୋନ୍‌ର ସହାୟତା ନେଇଥିଲା। ତେବେ ମଙ୍ଗଳବାର ରାତିରେ ବାଲୁଖଣ୍ଡ ରେଞ୍ଜ ଅଫିସ ନିକଟରେ ୨୫ଟି ହରିଣ ଚରୁଥିବା ସିସିଟିଭିରେ କଏଦ ହୋଇଥିଲା। ସେମାନେ ରାତି ୧୧ଟାରୁ ସାଢ଼େ ୩ ଟା ପର୍ଯ୍ୟନ୍ତ ଦଳ ଦଳ ହୋଇ ଚରୁଥିବା ଦେଖିବାକୁ ମିଳିଥିଲା। ଏଥିରୁ ସ୍ପଷ୍ଟ ହୋଇଛି ଯେ, ଅଭୟାରଣ୍ୟରେ ହରିଣଙ୍କ ମୃତ୍ୟୁ ହୋଇନାହିଁ। ସେମାନେ ଅନ୍ୟ କେଉଁଠିକି ଚାଲି ଯାଇଛନ୍ତି।



from Odisha Reporter http://bit.ly/2Eg1VLY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages